ଗାଆଁରେ ବରଷା ସଂଜ
ଗାଆଁରେ ବରଷା ସଂଜ
ଗୋଲୋକବିହାରୀ ବେହେରା
ଗାଆଁଟି ଆମର ସବୁଜ ଶୋଭା
ବରଷା ଋତୁର ବଢେ ତା ଆଭା ।
ଆକାଶରେ ଦିଶେ କଳା ବାଦଲ
କଳା ଚାନ୍ଦୁଆଟେ କିଏ ରଖିଲ ।
ମେଘ ପଛେ ରହି ସୂରୁଜ ଦେବ
ଲୁଚକାଳି ଖେଳ ଆସ ଦେଖିବ।
ମେଘ ଝିଅ ହସେ ଦାନ୍ତ ଦେଖାଏ
ବିଜୁଳି ଝଲସା ଚମକି ଯାଏ।
କନକ କିରଣ ଶୋଭା ଆକାଶେ
ମେଘ ଛାଡ଼ିଲେ ଇନ୍ଦ୍ରଧନୁ ଦିଶେ ।
ଆକାଶରେ ଉଡ଼ି ଯାଆନ୍ତି ବଗ
ଚଷା ଭାଇ ଫେରି ଆସୁଛି ବେଗ।
ସଂଜ ହେଲା ଆସେ ଅନ୍ଧାର ମାଡ଼ି
ଗାଈ ଫେରୁଛନ୍ତି ହମ୍ବାଳି ଛାଡ଼ି ।
ଟୁପୁରୁ ଟୁପୁରୁ ବରଷା ଝଡ଼ି
ବେଙ୍ଗମାନେ ବସି ଛାଡ଼ିଲେ ରଡ଼ି ।
ଝିପି ଝିପି ଝିପି ବରଷା ହୁଏ
ଝରିପୋକ ଆଲୁଅ ଦେଖି ଧାଏଁ ।
ବୋଉ ଦେଲା ମୋତେ ମୁଢ଼ି ନଡ଼ିଆ
ଖାଇଲେ ଲାଗୁଛି ଭାରି ବଢିଆ ।
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
ଷଡ଼ଙ୍ଗୀ, ଢେଙ୍କାନାଳ
ମୋ: ୯୯୩୮୩୦୩୦୪୬
