୧୪ତମ ରାଜା ଅନୁପ ସିଂଦେଓ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: କଣ୍ଟାବାଞ୍ଜି କୁ ହରାଇ ଖଡ଼ିଆଳ ସେମିରେ
ନୂଆପଡା ଜିଲ୍ଲା ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଚାଲିଥିବା 14 ତମ ରାଜା ଅନୁପ ସିଂ ଦେଓ ଫୁଟବଲ ଟୁର୍ଣ୍ଣାମେଣ୍ଟର ଅନ୍ତିମ ଲିଗ ମ୍ୟାଚ ଖଡ଼ିଆଳ ଏବଂ କଣ୍ଟାବାଞ୍ଜି ଦଳ ମଧରେ ହୋଇଥିଲା l ଉଭୟ ଦଳ ପ୍ରଥମ ରୁ ଆକ୍ରମଣତ୍ମକ ଖେଳ ପ୍ରଦର୍ଶନ କରିଥିଲେ କିନ୍ତୁ ଖଡ଼ିଆଳ ଦଳ ନିର୍ଦ୍ଧାରିତ ସମୟ ର ପ୍ରଥମାର୍ଦ୍ଧ ରେ ଖଡ଼ିଆଳ ଦଳ ପ୍ରଥମେ ଏକ ଗୋଲ ଦେଇ ଅଗ୍ରଣୀ ରହି ଏକ ଗୋଲ ବ୍ୟବଧାନ ରେ ବିଜୟୀ ହୋଇ ଥିଲା l ଆଜିର ଖେଳ ରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ସମାଜସେବୀ ଅର୍ଚନା ଗୋୟଲ, ପୂର୍ବତନବିଶିଷ୍ଟ ଫୁଟବଲ ଖେଳାଳୀ ଛବି ସାଗର, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ ପ୍ରମୁଖ ଯୋଗଦେଇ ଉଭୟ ଟିମ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ l ମୁଖ୍ୟ ରେଫରୀ ଭାବରେ ସୁଶାନ୍ତ କୁମାର ସ୍ୱାଇଁ ଖେଳ ପରିଚାଳନା କରିଥିବା ବେଳେ ଲାଇନ ରେଫରୀ ଭାବେ ଅମୁଲ୍ୟ ବାରିକ ଏବଂ ସୌରଭ ପଣ୍ଡା ଦାୟିତ୍ୱ ତୁଲାଇ ଥିଲେ l ପୁର୍ଣ୍ୟତୋଷ ମୁଣ୍ଡ, ନନ୍ଦୁ ସାହୁ, ପ୍ରକାଶ ପାତ୍ର, ଜିତେନ୍ଦ୍ର ନାୟକ ଧାରା ବିବରଣୀ ପ୍ରଦାନ କରିଥିଲେ l ଆଜିର ମ୍ୟାଚ କୁ ଆୟୋଜନ କରିବାରେ ଆୟୋଜକ କୁମାର ଅଙ୍କିତ ସିଂ ଦେଓ,ବିବେକ ୟାଦବ, ପ୍ରଭୁଦତ୍ତ ଗୌଡ଼, ମହମ୍ମଦ ଆକିବ ରାଜା, ଦୀପକ ମହାପାତ୍ର, ତାପସ ପତି ପ୍ରମୁଖ ସହଯୋଗ କରିଥିଲେ l ବିଜୟୀ ଖଡ଼ିଆଳଦଳ ଆସନ୍ତା 13 ତାରିଖ ଦିନ ଟୁର୍ନାମେଣ୍ଟ ର ଦ୍ଵିତୀୟ ସେମି ଫାଇନାଲ ରେ ଜାମଖୁଣ୍ଟା କୁ ଭେଟିବାକୁ ଥିବା ବେଳେ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମାଫାଇନାଲ ଜୋରାବନ୍ଦ ଏବଂ ତରବୋଡ଼ ମଧରେ ଆସନ୍ତା କାଲି ଅନୁଷ୍ଠିତ ହେବ।
ନୂଆପଡା ଜିଲ୍ଲା ରୁ କାର୍ତ୍ତିକ ମହାନନ୍ଦ ତୀର୍ଥକ୍ଷେତ୍ର
