ବ୍ରହ୍ମlକୁମାରୀ ଭଦ୍ରକ କେନ୍ଦ୍ର ରେ ରଜ ପର୍ବ ପାଳନ
ବ୍ରହ୍ମlକୁମାରୀ ଭଦ୍ରକ କେନ୍ଦ୍ର ରେ ରଜ ପର୍ବ ପାଳନ।
ପ୍ରଜାପିତl ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ଭଦ୍ରକ କେନ୍ଦ୍ର ରେ ରଜ ପର୍ବ ପାଳନ ସହ ଭଦ୍ରକ ସେବା କେନ୍ଦ୍ର ର ମୁଖ୍ୟ ସଂଚଳିକl ବ୍ରହ୍ମlକୁମାରୀ ମଞ୍ଜୁ ଭଉଣୀଙ୍କ ୭୦ତମ ଜନ୍ମଦିନ ବହୁ ଆନନ୍ଦ ଉଲ୍ଲାସ ସେ ପାଳିତ ହୋଇ ଯାଇଛି।
ଉକ୍ତ କାର୍ଯକ୍ରମ ରେ ମାଉଣ୍ଟ ଆବୁ ରାଜସ୍ଥାନ ରୁ ରାଜ ଯୋଗୀ ବ୍ରହ୍ମlକୁମାର ଓଁକାର ଭାଇ ତଥା ଜlଲୋରେ ରାଜସ୍ଥାନ ରୁ ବ୍ରହ୍ମlକୁମାରୀ ରଞ୍ଜୁ ଭଉଣୀ ଯୋଗ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ,ଅବସରପ୍ରାପ୍ତ ଡିଏସପି ଧୀରେନ୍ଦ୍ର ଦାସ, ବାଲିଆପାଳ ରୁ ଅଧ୍ୟାପିକା ବ୍ରହ୍ମlକୁମାରୀ ପ୍ରତିଭା, ବାଲେଶ୍ଵର ରୁ ବ୍ରହ୍ମlକୁମାରୀ ମଧୁସ୍ମିତା ପ୍ରମୁଖ ଯୋଗ ଦେଇଥିଲେ l ଜନ୍ମଦିନ ଅବସରରେ ଭଦ୍ରକ ର ବିଭିନ୍ନ ସ୍ଥାନ ରୁ ଦୁଇ ଶହ ରୁ ଉର୍ଦ୍ଧ ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ।କାର୍ଯକ୍ରମ ଆରମ୍ଭରେ ବ୍ରହ୍ମlକୁମାରୀ ଅର୍ପିତା ସ୍ବାଗତ ନୃତ୍ୟ ପରିବେଷଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ , ଅଦ୍ୟlସା,ଶ୍ରଦ୍ଧାଞ୍ଜଳି ,ଅଙ୍କିତା,ବ୍ରହ୍ମlକୁମାର ଦୀପକ , ବ୍ରହ୍ମlକୁମାର ସୌଭାଗ୍ୟ ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ l ବ୍ରହ୍ମାକୁମାର ସୁରେନ୍ଦ୍ର ଓ ଆଦିତ୍ୟ ଆଧ୍ୟାତ୍ମିକ ସଙ୍ଗୀତ ପରିବେଷଣ କରିଥିଲେ।ମଞ୍ଜୁ ଭଉଣୀଙ୍କ ତ୍ୟାଗ ଓ ତପସ୍ୟା ର ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ।ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମଞ୍ଜୁ ଜନ୍ମଦିନ ଅବସର ରେ ଭଉଣୀଙ୍କ ସ୍ନେହ ଓ ଆଧ୍ୟାତ୍ମିକତା ପ୍ରତି ନିଷ୍ଠା ର ବର୍ଣ୍ଣନା କରିଥିଲେ।
ଜନ୍ମଦିନ ରେ କେକ୍ କଟିଙ୍ଗ କରା ଯାଇଥିଲା ଓ ଜନ୍ମଦିନ ପାଇଁ ଇଶ୍ୱରୀୟ ଉପହାର ପ୍ରଦାନ କରାଯାଇ ଥିଲା ଓ ସମସ୍ତେ ବ୍ରହ୍ମାଭୋଜନ କରିଥିଲେ।
