ରାଢ଼ଙ୍ଗରେ ରଜ ମଉଜ

*ରାଢ଼ଙ୍ଗରେ ରଜ ମଉଜ* ଆଜି ରାଢ଼ଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଦେବି ପ୍ରସାଦ ମହାରଣାଙ୍କ ନେତୃତ୍ୱରେ ରାଢ଼ଙ୍ଗରେ ଆରମ୍ଭ ହୋଇଛି ରଜ ମଉଜ, ରାଢ଼ଙ୍ଗ–୨୦୨୫। ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ବ, ରଜ ପର୍ବକୁ ପାଳନ କରିବା ଅବସରରେ ଆଞ୍ଚଳିକ ସ୍ତରରେ ଥିବା ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରି ସେମାନଙ୍କ ମଧ୍ୟରେ ଉତ୍ସାହ, ଉଦ୍ଦୀପନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏଵଂ ଯେଉଁ ପିଲାମାନେ ଆମ ଅଞ୍ଚଳର ଭବିଷ୍ୟତ ସେଇ ଭବିଷ୍ୟତ ମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ରଜ ମଉଜ,ରାଢ଼ଙ୍ଗ–୨୦୨୫ ଏକ ଛୋଟିଆ ପ୍ରୟାସ । ଆଜି ପହିଲି ରଜରେ ମଉଜ ପାଳନ ଅବସରରେ ଏକ ସଭାର ଆୟୋଜନ କରା ଯାଇଥିଲା। ଏହି ସଭାରେ ଶିକ୍ଷାବିତ୍ ତରୁଣ କୁମାର ଜେନା ସଭାପତିତ୍ବ କରିଥିଲେ।

ଶିକ୍ଷାବିତ୍ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ରାଉତ ମୁଖ୍ୟ ଅତିଥି, ଶ୍ରୀଯୁକ୍ତ ସରୋଜ କୁମାର ମହାପାତ୍ର ମୁଖ୍ୟବକ୍ତା, ଶ୍ରୀଯୁକ୍ତ ନିରଞ୍ଜନ ମହାନ୍ତି, ଶ୍ରୀଯୁକ୍ତ ଅଜୟ କୁମାର ବରାଳସୁରେନ ରାଉତ ଏବଂ ସରପଂଚ ସୁଶିଲ ବାରିକ୍ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଆର ପରମ୍ପରା ସଂପର୍କରେ ଆଲୋକ ପାତ କରିଥିଲେ। ସଭା ପରେ ଅଞ୍ଚଳର ପିଲାମାନଙ୍କୁ ନେଇ ମ୍ୟୁଜିକ ଚେୟାର ଓ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା। ରଜ ତିନିଦିନ ଧରି ପିଲାମାନଙ୍କ ମଧ୍ୟରେ ପୁଚି, କୁଇଜ୍, ଦଉଡ଼ି ଡିଆଁ, ଛୁଞ୍ଚିସୂତା ଦୌଡ, ଜିଲିପି ଖିଆ, ଝୋଟି, ମୁରୁଜ, ଶଙ୍ଖ ନାଦ, ହୁଳହୁଳି, ଏକକ ଅଭିନୟ, ଗୀତ, ନୃତ୍ୟ ଭଳି ପ୍ରତିଯୋଗିତା କରାଯାଇ ତୃତୀୟ ରଜରେ କୃତୀ ଛତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବ। ଆଜିର ଏହି କାର୍ଯ୍ୟକ୍ରମରେ ଶାରଦା ପ୍ରସାଦ ଜେନା, ସନ୍ତୋଷ ରାଉତ, ନିମାଇଁ ରାଉତ, ସୁଧି ରଞ୍ଜନ ବାରିକ୍, ଲିଙ୍ଗରାଜ ମହାରଣା, ରଶ୍ମି ରଂଜନ ମହାନ୍ତି, ପ୍ରତାପ ନାୟକ, ଦିଲ୍ଲୀପ ନାୟକ , ସାଗର ବାରିକ୍, ଉଲ୍ଲାସ ଚନ୍ଦ୍ର ପାଳ, ଯଶୋବନ୍ତ ସାହୁ, ପ୍ରଶାନ୍ତ ଜେନା, ଜିତେନ୍ଦ୍ର ଦାସ, ଶରତ ରାଉତ, ବିପିନ ପାଳ, ରଣଜିତ୍ ବିଶ୍ଵାଳ, ପ୍ରଦୀପ ସ୍ୱାଇଁ, ରାକେଶ ଜେନା ପ୍ରଭୃତି ଶାରୀରିକ, ଆର୍ଥିକ ସହଯୋଗ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *