ବରୁଣେଇ ପୀଠରେ ରଜ ଉତ୍ସବ
ବରୁଣେଇ ପୀଠରେ ରଜ ଉତ୍ସବ। ଖୋର୍ଦ୍ଧା ଐତିହାସିକ ବରୁଣେଇ କରୁନେଇ ପୀଠରେ ଯାକ ଜକମାରେ ପାଳିତ ହେଉଛି ରଜ ଉତ୍ସବ । ପ୍ରାୟ ଚାରିଦିନ ଧରି ଏହି ଉତ୍ସବ ପାଳିତ ହୁଏ। ଭାରତ ବର୍ଷର ଶେଷ ସ୍ୱାଧୀନ ଦୁର୍ଗ ଭାବେ ବରୁଣେଇ ପୀଠରେ ପାଇକ ମାନେ ଇଂରେଜ ବିରୁଦ୍ଧରେ ସଂଗ୍ରାମ ଆରମ୍ଭ କରି ଦେଶ ସ୍ବାଧୀନତାର କର୍ଣ୍ଣଧାର ସାଜିଥିଲେ। ସେହି ରକ୍ତ ରଞ୍ଜିତ ପାଇକ ମାଟିରେ ପାଳିତ ହୁଏ ରଜ ଉତ୍ସବ । ବରୁଣେଇ ପାଦ ଦେଶରେ ସୁନ୍ଦର ପରିବେଶ ମଧ୍ୟରେ ଏହି ରଜ ଉତ୍ସବ କୁ ଉପଭୋଗ କରିବା ପାଇଁ ହଜାର ହଜାର ଜନ ସମାଗମ ହୁଏ । ଦିଶାନ୍ତ ତରଫରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥାଏ। ସମ୍ପାଦକ ଦିଲ୍ଲୀପ ପରିଡ଼ା କହନ୍ତି ଗରମରୁ ରକ୍ଷା ପାଇବା ପାଇଁ ରାସ୍ତାର ମଝିରେ ମଝିରେ ଛତା ଓ ପିଇବା ପାଣି ର ବ୍ୟବସ୍ଥା କରାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟା ସମୟରେ ଆରମ୍ଭ କରାଯାଉଛି । ପିଲାଙ୍କ ପାଇଁ ଦୋଳି , ଦୋକାନ, ରଜପାନ ମନକୁ ମୋହିତ କରୁଛି
