ବାଲିକୁଦା ମୃତ ଚାଷୀ କୃତିବାସ ସ୍ବାଇଁ ଙ୍କ ପରିବାର ଙ୍କୁ ଭେଟିଲେ ରାଜ୍ୟ ପ୍ରଦେଶ କଂଗ୍ରେସ କମି
ବାଲିକୁଦା ମୃତ ଚାଷୀ କୃତିବାସ ସ୍ବାଇଁ ଙ୍କ ପରିବାର ଙ୍କୁ ଭେଟିଲେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିଏକ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ-ଲଗାଣ ବର୍ଷାରେ ଫସଲ ହାନୀକୁ ନେଇ ଆତ୍ମହତ୍ୟା କରିଥିବା ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ବହାରଣା ପଂଚାୟତ ସାରଣା ଗ୍ରାମର ଚାଷୀ କୃତିବାସ ସ୍ବାଇଁଙ୍କ ପରିବାରକୁ ଭେଟିଲା ପ୍ରଦେଶ କଂଗ୍ରେସ କମିଟି । ପରିବାର ଲୋକଙ୍କ ସହିତ ଆଲୋଚନା କରିବା ପରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ଆଜି ଅପରାହ୍ନରେ ପ୍ରଦେଶ କଂଗ୍ରେସ କମିଟି ତଥା ଷ୍ଟିୟରିଂ କମିଟିର ଅଧ୍ୟକ୍ଷ କଟକ-ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ, କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ, ପ୍ରଦେଶ କଂଗ୍ରେସ କମିଟି କୃଷକ ମୋର୍ଚ୍ଚା ସଭାପତି ଅମୀୟ ପଟନାୟକ, ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ଯୁବ ନେତା ବିପ୍ଳବ ଚୌଧୁରୀ, ଇଂ ନଳିନୀ ସ୍ବାଇଁ, ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ ।ମୃତକଙ୍କ ପିଲାମାନଙ୍କ ବଡ଼ ହେବା ପର୍ଯ୍ୟନ୍ତ ସମସ୍ତ ପାଠ ପଢା ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି ମୋକିମ । ଚାଷୀଙ୍କ ନାର୍ଯ୍ୟ ଦାବି ସହିତ ଲଗାଣ ବର୍ଷାରେ କ୍ଷୟକ୍ଷତିର ସଠିକ ଆକଳନ କରି ଚାଷୀମାନଙ୍କୁ ଉଚିତ କ୍ଷତି ପୂରଣ ରାଶି ହେବା ପାଇଁ ବିଧାନ ସଭାରେ ପ୍ରଶ୍ନ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।
