ରାକେଶ ଯୁବ ଓ ସୁନିଲ ଛାତ୍ର ସଭାପତି ନିଯୁକ୍ତି ।

କନ୍ଧମାଳ, ଫୁଲବାଣୀ କନ୍ଧମାଳ ବିଜୁଜନତା ଦଳରେ ବହୁତ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ପୂର୍ବରୁ ଜିଲ୍ଲାରେ ସରୋଜ କର୍ଣ୍ଣ ଜିଲ୍ଲା ସଭାପତି ଥିବା ବେଳେ ବର୍ତମାନ ତାଙ୍କରି ସ୍ଥାନରେ ପୂର୍ବତନ ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ପଦ୍ମ ନାଭ ବେହେରାଙ୍କୁ ଜିଲ୍ଲା ସଭାପତି କରାଯାଇଛି ।ସେହିପରି ଶ୍ରୀ ଯୁକ୍ତ ବିମଳ ପାଢ଼ୀ ନଗର ସଭାପତି ଥିଲା ବେଳେ ଦଳର ସଭାପତି ପୁଣି ତାଙ୍କରି ଉପରେ ଭରସା କରି ନଗର ସଭାପତି କରିଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ ବିଷ୍ଣୁ ଚରଣ ମଲ୍ଲିକ ବିଜୁ ଯୁବ ଜନତା ଦଳର ସଭାପତି ଥିବା ବେଳେ ବର୍ତମାନ ତାହାକୁ ପରିବର୍ତନ କରି ସଂଗଠନକୁ ସୁଦୃଢ କରିବା ପାଇଁ ଯୁବ ସମାଜ ସେବୀ ରାକେଶ ମିଶ୍ରଙ୍କୁ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି କରାଯାଇଅଛି । ପୂର୍ବରୁ ଛାତ୍ର ସଭାପତି ଜିଲ୍ଲାରେ ଥିବା ସୁନିଲ ସେଠୀକୁ ରାଜ୍ୟ ସଭାପତି ଭରସା କରି ପୁନର୍ବାର ଜିଲ୍ଲାର ଛାତ୍ର ସଭାପତି ପଦରେ ନିଯୁକ୍ତି କରିଛନ୍ତି । ଶୁଣିବାକୁ ମିଲୁଛିକି ରାକେଶ ମିଶ୍ର କନ୍ଧମାଳ ଜିଲ୍ଲା ର ତିନି ଗୋଟି ବିଧାନସଭା ନିର୍ବାଚନୀ ମଣ୍ଡଳୀରେ ତାଙ୍କରି ସଂଗଠନ ସୁଦୃଢ ରଖିଥିବା ସ୍ଥଳେ ଛାତ୍ର ସଭାପତି ଶ୍ରୀ ସୁନିଲ ସେଠୀ ଜିଲ୍ଲାର ସମସ୍ତ କ୍ଷେତ୍ରରେ ପୂର୍ବରୁ ତାଙ୍କରି ସଂଗଠନ ଜାରି ରଖିଛନ୍ତି। ଆଶା କରାଯାଉଅଛି ଆଗାମୀ ପଞ୍ଚାୟତ, ଏନ୍ ଏ ସି, ଓ ସାଧାରଣ ନିର୍ବାଚନରେ କିଭଳି ଦଳ ପାଇଁ କଠିନ ପରିଶ୍ରମ କରି ଦଳକୁ ନିର୍ବାଚନ ବୈତରଣୀ ପାର କରିବାରେ କେତେ ସକ୍ଷମ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା

Leave a Reply

Your email address will not be published. Required fields are marked *