ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ରାଖୀ ଷ୍ଟଲ ଉଦଘାଟିତ

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପୌର କାର୍ଯ୍ୟାଳୟ ସମ୍ମୁଖରେ ଓରମାସ ଦ୍ୱାରା ଆୟୋଜିତ ରଖି ଷ୍ଟଲ ଉଦଘାଟିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ପାରୁଲ ପଟାୱାରୀ ଯୋଗ ଦେଇ ଏହି ଷ୍ଟଲ କୁ ଉଦଘାଟନ କରିବା ସହିତ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ରଖୀ କୁ ବୁଲି ଦେଖିବା ସହିତ ମହିଳା ମାନଙ୍କୁ ପ୍ରଶଂସା କରିଥିଲେ । ଟେରାକୁଟା, ଗୋଲେଡେ ଗ୍ରାସ ଓ ବାଉଁଶ ରେ ତିଆରି ପ୍ରସ୍ତୁତ ରଖୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ତିଆରି କରିଛନ୍ତି । ତେବେ ଏହାର ମାର୍କେଟିଂ ପାଇଁ ଏହି ରାଖୀ ଷ୍ଟଲ ଖୋଲା ଯାଇଥିବା ଜିଲ୍ଲାପାଳ କହିଛନ୍ତି । ଅପରପକ୍ଷରେ ଏହି ରାକ୍ଷୀ ତିଆରି କରି ବିକ୍ରି କରିବା ଦ୍ୱାରା ମହିଳା ମାନେ ସ୍ୱାବଲମ୍ବୀ ହୋଇ ପାରି ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ କହିଛନ୍ତି ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *