ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟରରେ ରାକ୍ଷୀ ପୂର୍ଣ୍ଣିମା ପର୍ବ ପାଳିତ।
ପୁରୀ, ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟର ପରିସରରେ ଜାପାନ ମହିଳାମାନେ ସେଣ୍ଟର ସଭାପତି ଶ୍ରୀମନ୍ତ କୁମାର ଦାଶଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ଏହି ଅବସର ରେ ଶ୍ରୀ ଦାଶ ଜାପାନିମାନକୁ ଆଜିର ଦିନରେ ଓଡ଼ିଆ ପର୍ବର ପରମ୍ପରା ସଂପ ର୍କରେ ଜାପାନୀ ଭାଷାରେ ଅନୁବାଦ କରି ସେମାନଙ୍କୁ ଅବଗତ କରାଇବା ପରେ ସେମାନେ ଅତ୍ୟନ୍ତ ଖୁସି ପ୍ରକଟ କରିଥି ଲେ। ଏହି ଅବସରରେ ସେଣ୍ଟରରେ ରହିଥିବା ସମସ୍ତ ସଦସ୍ୟଙ୍କ ହସ୍ତରେ ରାକ୍ଷୀ ବାନ୍ଧିଥିଲେ। ଅନ୍ୟପକ୍ଷରେ ଓଡ଼ିଶା ର ଏତିହ୍ୟ, କଳା ଓ ସଂସ୍କୃତିକୁ ଦେଖି ଆ ନନ୍ଦିତ ହୋଇ ଜାପାନରୁ ଆସିଥିବା ଏକ ଦମ୍ପତି ତାଙ୍କ ଦୁଇ ସନ୍ତାନ ଭାଇ ଓ ଭଉ ଣୀ ପବିତ୍ର ବନ୍ଧନର ସାକ୍ଷୀ ରାଖୀ ପୂର୍ଣ୍ଣିମା ପାଳିଥିଲେ। ସୁଦୂର ଜାପାନରୁ ଆସି ପର୍ଯ୍ୟ ଟକମାନେ ଏହି ପର୍ବରେ ସାମିଲି ହୋଇ ଭାଇ ଓ ଭଉଣୀ ମଧ୍ୟରେ ରହିଥିବା ଭଲ ପାଇବା ଦେଖି ବହୁତ ଖୁସି ପ୍ରକଟ କରିଥି ବା ନେଇ ସେଣ୍ଟର ସଭାପତି ଶ୍ରୀ ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
