ବିଶ୍ବ ପୋଲିଓ ଦିବସ ଉପଲକ୍ଷେ ରାଲି
*ବିଶ୍ବ ପୋଲିଓ ଦିବସ* ଆଜି ବିଶ୍ବ ପୋଲିଓ ଦିବସ ଉପଲକ୍ଷେ ନୟାଗଡ ରୋଟାରୀ କ୍ଲବ, ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ କାର ରାଲିର ଆୟୋଜନ କରିଥିଲା । ଏହି ରାଲି ନୟାଗଡ଼ ରୋଟାରୀ କ୍ଲବ ରୁ ଆରମ୍ଭ ହୋଇ ଗୋଳଗୋଳା ଗ୍ରାମରେ ଶେଷ ହୋଇଥିଲା । ଏହି ରାଲିରେ ରୋଟାରୀ କ୍ଲବର ସଭାପତି, ସଂପାଦକଙ୍କ ସହିତ ଅନେକ ସଦସ୍ୟ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ପଥପାର୍ଶ୍ବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।

