ଭାରତ ହିନ୍ଦୁ ରାଷ୍ଟ୍ର ସେନା ଙ୍କ ଦ୍ବାରା ରାମ ନବମୀ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି l
ଯାଜପୁର ଜିଲ୍ଲା ଅନ୍ତର୍ଗତ ବ୍ୟାସନଗର ପୌର ପରିଷଦର ଚାନ୍ଦମା ଠାରେ ମହାବୀର ଭକ୍ତ ବୃନ୍ଦ, ଭାରତ ହିନ୍ଦୁ ରାଷ୍ଟ୍ର ସେନା ଙ୍କ ଦ୍ବାରା ରାମ ନବମୀ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି l ପ୍ରଭୁ ଶ୍ରୀ ରାମଙ୍କ ଏକ ଭବ୍ୟ ଶୋଭାଯାତ୍ରା ଚନ୍ଦମା ପଡ଼ିଆରୁ ବାହାରି ବ୍ୟାସନଗର ସହର ପରିକ୍ରମା କରିଥିଲା l ଜୟ ଶ୍ରୀରାମ ଧ୍ବନିରେ ସହର ପୁରିଉଠିଥିଲା l ଭଗୁଆ ରଙ୍ଗର ପତାକାରେ ଶ୍ରୀ ରାମ ଓ ହନୁମାନଙ୍କ ପ୍ରତିଛବି ଫରଫର ହୋଇ ଉଡୁଥିଲା l ବାଦ୍ୟ ଯନ୍ତ୍ର ନୃତ୍ୟ ର ତାଳେ ତାଳେ ପ୍ରଭୁଙ୍କ ଗୁଣଗାନ ରେ ଚତୁର୍ଦ୍ଦିଗରେ ଭକ୍ତିଭାବର ପରିବେଶସୃଷ୍ଟି ହୋଇଥିଲା l ପୂର୍ବରୁ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ସହରର ପିସିଆର ଗାଡ଼ି ମୁତୟନ କରିବା ଶହ ବହୁ ସଂଖ୍ୟକ ପୋଲିସ୍ ମୁତୟନ କରିଥିଲା l ଭାଗୁଆ ଧାରୀଙ୍କ ସଙ୍ଗରେ ଯାଜପୁର ରୋଡ ଆଦର୍ଶ ଥାନାର ଭାରପ୍ରାପ୍ତ ଅଧିକାରୀ ଉପେନ୍ଦ୍ର ପ୍ରଧାନ ଭଗୁଆଧାରି ଙ୍କ ସାଙ୍ଗରେ ରହି ଶାନ୍ତି ଶୃଙ୍ଖଳା କୁ ବଜାୟ ରଖିଥିଲେ l ସନ୍ଧ୍ୟା ରେ ଚନ୍ଦମା ପଡିଆ ଠାରେ ରାମ ଚରିତ ମାନସ ପାଠ କରାଯାଇଥିଲା l ଭଜନ ସଙ୍କୀର୍ତ୍ତନ ପ୍ରବୋଚନରେ ରାମ ଭକ୍ତଗଣ ନିଜର ମନକୁ ନିବେଶ କରିଥିଲେ l ଶ୍ରଦ୍ଧା ଭକ୍ତି ସହ ପ୍ରଭୁଙ୍କ ଗୁଣଗାନ କରିଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ
