ରାମ ମନ୍ଦିର ପ୍ରତିଷ୍ଠା ଦିବସ

-ମର୍ଯ୍ୟାଦା ପୁରୁଷ ଶ୍ରିରାମ ଚନ୍ଦ୍ରଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ସମଗ୍ର ଦେଶରେ ଏହାକୁ ପାଳନ କରାଯାଉଥିବା ବେଳେ କାମାକ୍ଷାନଗର ଠାରେ ମଧ୍ୟ ଏକ ବିରାଟ ରାଲିରେ ହଜାର ହଜାର ରାମଭକ୍ତ ସମେତ ଜନସାଧାରଣ ଏଥିରେ ସାମିଲ ହୋଇଥିଲେ।ସ୍ଥାନିୟ ସରସ୍ବତି ମନ୍ଦିର ଠାରୁ ଏହା ରାଲି ବାହାରି ହନମାନ ବଜାର ବସଷ୍ଟାଣ୍ଡ ଦେଇ ସହର ପରିକ୍ରମା କରିଥିଲେ।ସମଗ୍ର ସହର ଆଜି ରାମଙ୍କ ନାମରେ ପ୍ରକମ୍ପିତ ହେବା ସହ ଏକ ଭକ୍ତମୟ ପରିବେଶ ସୃଷ୍ଠି ହୋଇଥିଲା।ରାମ,ଲକ୍ଷ୍ମଣ,ସିତା ଓ ହନୁମାନ ବେଶରେ ଛାତ୍ରଛାତ୍ରୀ ମାନେ ସହର ପରିକ୍ରମା କରିଥିଲା।ଏହି ଦୃଶ୍ୟ ଦେଖିବାକୁ ଲୋକମାନଙ୍କ ମାନଙ୍କ ଭିଡ ରହିଥିଲା।ମହିଳା ଶ୍ରଦ୍ଧାଳୁ ମାନେ ଭଜନ କିର୍ତ୍ତନ କରି ରାମ ନାମ ଧରି ବୁଲିଥିଲେ।ପରେ ପରେ ପ୍ରସାଦ ସେବନ ଓ ସଂଧ୍ୟାରେ ଭଜନ ସମାରୋହର ମଧ୍ୟ ଆୟୋଜନ କରାଯାଇଛି।

Leave a Reply

Your email address will not be published. Required fields are marked *