ଫୁଲବାଣୀରେ ପବିତ୍ର ରାମ ନବମୀ ଉପଲକ୍ଷେ ବିଶାଳ ଶୋଭା ଯାତ୍ରା
।କନ୍ଧମାଳ ତା ୦୭/୦୪/୨୦୨୫ ଫୁଲବାଣୀ ଆଜି ସ୍ଥାନୀୟ ଫୁଲବାଣୀ ସହରରେ ଶ୍ରୀ ରାମ ନବମୀ ମହୋତ୍ସବ ସମିତି ପକ୍ଷରୁ ଏହି ପବିତ୍ର ଦିନରେ ଏକ ବିଶାଳ ସଭା ଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ବହୁ ପଟୁଆରରେ ବାହାରି ହାଟପଦା ସ୍ଥିତ ଶ୍ରୀ ରାମ ମନ୍ଦିର ଠାରେ ଏହି ସଭାଯ।ତ୍ର ର ପରିସମ।ପ୍ତି ହୋଇଥିଲା। ଏହି ଶୋଭାଯାତ୍ରା ରେ ସହରର ହଜାର ହଜାର ସଖ୍ୟାରେ ରାମ ଭକ୍ତ ମାନେ ସାମିଲ ହୋଇ ଜୟ ଶ୍ରୀରାମ ନାର ଦେଇ ସହରରେ ରାମଙ୍କ ନାମ ପ୍ରକମ୍ପିତ ହେବାର ଶୁଭୁଥିଲା ।ଏହି ଶୋଭାଯାତ୍ରା ରେ ସ୍ଥାନୀୟ ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ, ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ଫୁଲବାଣୀ ପୌରପରିଷଦର ୪ ନ ୱାର୍ଡର ୱାର୍ଡ କାଉନସିଲର ଶ୍ରୀ ରମେଶ ମହାନ୍ତି, ବି, ଜେ,ପି ନଗର ସଭାପତି ଜଗନ୍ନାଥ ସାହୁ, ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ବିଶେଷ ,ବୁଦ୍ଧିଜୀବୀ, ଆଇନଜୀବୀ, ସମାଜ ସେବୀ, ରାମ ପ୍ରେମୀ ଓ ମା ,ଭଉଣୀ,ବିଭିନ୍ନ ଗ୍ରାମରୁ ଆସିଥିବା ନଦିଆ ଥଳର ମା ମାନେ ଅତି ସୁନ୍ଦର୍ ଭାବରେ ରାମ ମନ୍ତ୍ତ ଜପକରି ଭକ୍ତିରେ ର।ମରସ ପାନ କରି ଭାବ ବିହୁଳ ହୋଇ ଭକ୍ତି ନୃତ୍ୟ ରେ ମଶଗୁଲ୍ ଥିବ। ଦେଖିବାକୁ ମିଳିଥିଲା । ଏହି ଶୋଭାଯାତ୍ରା ହଜାର ହଜାର ସଖ୍ୟାରେ ଭକ୍ତଥିବାରୁ ଭକ୍ତ ମାନକ ପାଇଁ ପୂଜା ଅର୍ଚ୍ଚନା କରିବାପାଇଁ ବିଭିନ୍ନ ମାର୍କେଟ ତରଫରୁ ପ୍ରଭୂଶ୍ରୀ ରମଲ।ଲ।ଙ୍କ ବିଭିନ୍ନ ମାର୍କେଟରେ ପ୍ରତିଛବି ସାଜ ସଜା କରି ଭକ୍ତ ମାନେ ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଥିଲା । ପ୍ରତି ମାର୍କେଟ ରେ ଭକ୍ତ ମାନଙ୍କ ପାଇଁ ପଣ।, ମିଠା ଭୋଗ, ହହି ପଣ। ବିଭିନ୍ନ ପ୍ରକାର ପ୍ରସାଦ ଭକ୍ତ ମାନଙ୍କୁ ପ୍ରଦାନ କରାଯାଇଥିଲା ।ସହର କୁ ବିଭିନ୍ନ ପ୍ରକାର ଆଲୋକ ରେ ସାଜ ସଜା କରାଯାଇଥିଲା । ଡି, ଜେ ବାଦ୍ୟ ଦୁଲୁଡୁଲି ବାଦ୍ୟ ରେ ସହର କମ୍ପି ଉଠୁଥିଲା ।ଏହି ଶୋଭାଯାତ୍ରା କୋର୍ଟ ଛକ୍, ମୁଖ୍ୟ ବଜାର,ମଦିକୁଣ୍ଡ। ଠାରୁ ନୂଆସାହି ଓ ଜିରିଂପଡ। ଦେଇ ରାମ ମନ୍ଦିରରେ ଏହି ଶୋଭାଯାତ୍ରା ପରିସମ।ପ୍ତି ହଇ ଥିଲା । ଭକ୍ତ ମାନଙ୍କ ପାଇଁ ଭୋଗର ଆୟଜନ କରାଯାଇଥିଲା । ଏହି ଠାରେ ସ୍ଥାନୀୟ ପୋଲିସ ବାହିନୀ ଥାନାଧିକାରୀ ଶ୍ରୀ ସ୍ୱରୂପ କିଶେନ୍ ସଦଳବଳେ ଶୋଭାଯାତ୍ରାରେ ଆରମ୍ଭରୁ ଶେଷ ଯାଏ ଶାନ୍ତି ଶୃଙ୍ଖଳା ରକ୍ଷା କରି ଶୋଭାଯାତ୍ରା ପରିଚାଳିତ କରିଥିଲେ ।
