ଆଗରପଡାରେ ବିଶ୍ବାଳ ଶ୍ରୀରାମ ନବମୀ ଶୋଭାଯାତ୍ରା
ଆଗରପଡା ପାରମ୍ପାରିକ ଶ୍ରୀରାମ ନବମୀ ମହାଯଜ୍ଞ ସମିତି ପକ୍ଷରୁ ବିରାଟ ଶୋଭାଯାତ୍ରା। ଏହି ଶୋଭାଯାତ୍ରାରେ ୧୦ ଗୋଟି ମେଢ଼ ଓ ବିଭିନ୍ନ ପ୍ରକାର ଡିଜେ ସାଉଣ୍ଡ ସାଙ୍ଗକୁ ଦଶ ହଜାରରୁ ଉର୍ଦ୍ଧ ଲୋକଙ୍କ ସମାଗମ ହୋଇଥିଲା।ବିଭିନ୍ନ ଆଡୁ ଶୋଭାଯାତ୍ରା ମାନ ଆସି ଡାଏଟ ସ୍ଥିତ ହନୁମାନ ମନ୍ଦିରରେ ଏକତ୍ରିତ ହୋଇଥିଲେ।

ଏକ ବର୍ଣ୍ଣାନ୍ୟ ଶୋଭାଯାତ୍ରାରେ ମେଢ ଗୁଡିକ ବଜାର ପରିକ୍ରମା କରିଥିଲା।ମହାବୀର ୟୁଥ୍ କ୍ଲବ୍ ଆଗରପଡ଼ା, ପୁରୁଷଣ୍ଡ ରାମନବମୀ ମେଢ଼ କମିଟି,ବଜରଙ୍ଗ ଦଳ ନୁଆପୋଖରି, ମହାନ୍ତିପଡ଼ା, କୁଆଁସମଢ଼ିଆ, ତାରିଣୀ ଛକ , ମୁଣ୍ଡଳୀ ଇତ୍ୟାଦି ଗ୍ରାମରୁ ମେଢ଼ ଯୋଗଦେଇଥିଲେ। ,ସଭାପତି ତୃପ୍ତିରଞ୍ଜନ ଦାଶ,ସମ୍ପାଦକ ବାବୁରାମ ବେହେରା,ଭାସ୍କର ଦାସ, ସର୍ବଜିତ୍ ପଣ୍ଡା, ଜ୍ଞାନଚାନ୍ଦ୍ ଗୁପ୍ତା, ଦିବ୍ୟ ଆକାଶ ପୁହାଣ, ଅତିସ୍ ପଣ୍ଡା,ସଂଗ୍ରାମ ସାହୁ,ଶ୍ରାଧେୟ ପଣ୍ଡା ପ୍ରମୁଖ ଶୋଭାଯାତ୍ରାକୁ ସୁଚାରୁ ରୂପେ ତୁଲାଇ ଥିଲେ।୩୦ ହଜାରରୁ ଉର୍ଦ୍ଧ୍ବ ଶ୍ରୀରାମ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଶାନ୍ତ ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।
