ମା ରମାଦେବୀ ଙ୍କ 125 ତମ ଜୟନ୍ତୀ ପାଳିତ

ଜଗତସିଂହପୁର ଠାରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ମା ରମାଦେବୀ ଙ୍କ 125 ତମ ଜୟନ୍ତୀ ପାଳିତଆଙ୍କର- ଜଗତସିଂହପୁର ସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ଠାରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ମା ରମାଦେବୀ ଙ୍କ 125 ତମ ଜୟନ୍ତୀ ପାଳିତ ହୋଇ ଯାଇଛି । ଆୟୋଜକ ଦେବେନ୍ଦ୍ର କୁମାର ରାଉତଙ୍କ ସଭାପତିତ୍ୱ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସ, ସମାଜସେବୀ ବିନାୟକ ପଟ୍ଟନାୟକ, ଗୌରାଙ୍ଗ ଚରଣ ହୋତା, ନଟବର ବାରିକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ତାଙ୍କର ସ୍ମୃତି ଚାରଣ କରିଥିଲେ । ଆଳକା ଆଶ୍ରମ ର ପୁନଃଉଦ୍ଧାର ପାଇଁ ତାଙ୍କର ଉଦ୍ୟମ ଅତୁଳନୀୟ । ସେ ଜଣେ ଗାନ୍ଧିବାଦୀ ନାରୀ ନେତ୍ରୀ ଥିଲେ । ତାଙ୍କୁ ନେଇ ଜଗତସିଂହପୁର ଜିଲ୍ଲା ଆଜି ଗର୍ବିତ । ତେଣୁ ଆଜି 125 ତମ ଜୟନ୍ତୀ ରେ ତାଙ୍କର ସ୍ମୃତି ଚାରଣ କରିବା ସହିତ ଜଗତସିଂହପୁର ଜିଲ୍ଲାର ଐତିହ ଅଳକା ଆଶ୍ରମ କୁ ଏକ ପର୍ଯ୍ୟଟନ ସ୍ଥଳୀ ର୍ ମାନ୍ୟତା ଦେବାକୁ ବିଧାୟକ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *