ରାମକୃଷ୍ଣ ଆଦର୍ଶ ଶିକ୍ଷା କେନ୍ଦ୍ର ବାର୍ଷିକ ଉତ୍ସବ ।
ରାମକୃଷ୍ଣ ଆଦର୍ଶ ଶିକ୍ଷା କେନ୍ଦ୍ର ବାର୍ଷିକ ଉତ୍ସବ । ଶିକ୍ଷାଦାନ ସହ ନୈତିକ ଶିକ୍ଷା ହିଁ ବ୍ୟକ୍ତିତ୍ଵ ଗଠନ କରେ କାକଟପୁର- କାକଟପୁର ବ୍ଲକ ଅନ୍ତର୍ଗତ ଆନନ୍ଦବଜାର ସ୍ଥିତ ରାମକୃଷ୍ଣ ଆଦର୍ଶ ଶିକ୍ଷା କେନ୍ଦ୍ର ପକ୍ଷରୁ ପଞ୍ଚଦଶ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସମାଜସେବୀ ତଥା ଆଇନଜୀବୀ ଶ୍ରୀମତୀ ଋତୁପର୍ଣା ମହାନ୍ତି, ମୁଖ୍ୟବକ୍ତା ଭାବେ ଅଡ଼ଶପୁର ଉଦୟନାଥ ସୟଂ ଶାସିତ ମହାବିଦ୍ୟାଳୟ ପୂର୍ବତନ ଅଧକ୍ଷ ଶ୍ରୀଯୁକ୍ତ ଅରୁଣ କୁମାର ସାଇଁ, ସମ୍ମାନୀତ ଅତିଥି ଭାବେ ରତନପୁର ବିଜ୍ଞାନ ଉଚ୍ଚ ମାଧମିକ ବିଦ୍ୟାଳୟ ପୂର୍ବତନ ଅଧକ୍ଷ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପରିଡା, ତୁଳସୀପୁର ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଚେୟାରମ୍ୟାନ ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ତ୍ରୀପାଠୀ, ଶିକ୍ଷୟତ୍ରୀ ମମତା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନଙ୍କ ଆସନ ଗ୍ରହଣ, ପ୍ରଦୀପ ପ୍ରଜ୍ଵଳନ, ଗୀତା ପାଠ ପରେ ଅତିଥି ମାନଙ୍କୁ ସମ୍ବର୍ଧନା ପ୍ରଦାନ କରାଯାଇଥିଲା। ପରେ ପରେ ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷଣ ସହ ଶିକ୍ଷୟତ୍ରୀ ବର୍ଷା ମହାରଣା ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରି ବିଦ୍ୟାଳୟର ସଫଳତା ଉପରେ ଆଲୋକପାତ କରିଥିଲେ। ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ ପ୍ରଦାନ କରିଥିଲେ। ଶିକ୍ଷକ ମାନେ ଶିକ୍ଷା ଦାନ ସହ ନୈତିକ ଶିକ୍ଷା ଜରୁରୀ , ଏହା ଉପରେ ବିଦ୍ୟାଳୟ ଗୁଡ଼ିକ ମନୋନିବେଶ କରନ୍ତୁ।

ପାଠ ପଢିବା ପାଇଁ ପ୍ରତିଯୋଗିତା ନକରି ଭଲ ପିଲା ଭଲ ମଣିଷ କିପରି ହେବ ସେନେଇ ଶିକ୍ଷା ସହ ଚରିତ୍ର ଗଠନ ଉପରେ ଧ୍ୟାନ ଦେବା ଉଚିତ୍। ବିଦ୍ୟାଳୟ ସହ ପରିବାର ହିଁ ବ୍ୟକ୍ତିତ୍ଵ ଗଠନରେ ମୂଳ ଜାଗା। ସେଥିପାଇଁ ପରିବାର ମୂଖ୍ୟ ଭୂମିକା ଗ୍ରହଣ କରି ପିଲାଙ୍କ ଦାୟିତ୍ଵ ନିର୍ବାହ କରିବାକୁ ଅତିଥି ମାନେ ମତବ୍ୟକ୍ତ କରି ମାର୍ଗଦର୍ଶନ ଦେଇଥିଲେ। ଏହି ଉତ୍ସବକୁ ପ୍ରଧାନଆଚାର୍ଯ୍ୟ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସତ୍ୟବ୍ରତ ପ୍ରଧାନ ଓ ସମ୍ପାଦକ ପବିତ୍ର ପରିଡ଼ା ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ। ବିଦ୍ୟାଳୟର କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର, ଟ୍ରଫି ଓ ଉପଢ଼ୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ୨୫ ଟି ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତ ପରିବେଷଣ ସହ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ୫ ଶହରୁ ଉର୍ଦ୍ଧ୍ବ ଅଭିଭାବକ ମାନେ ଯୋଗଦେଇ ପିଲା ମାନଙ୍କୁ ଉତ୍ସାହିତ କରିବା ସହ ଉତ୍ସବକୁ ଭରପୁର ଉପଭୋଗ କରିଥିଲେ।
