ନାବାଳିକାଙ୍କୁ ୮ଜଣ ପୁରୁଷ ବନ୍ଧୁ ଦ୍ଵାରା ବଳାତ୍କାର

lଗତ ତା୦୩/୦୫/୨୦୨୪ରିଖରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ବୌଦନାଥପୁର ଥାନା ଅଧୀନସ୍ତ +୨ ପଢ଼ୁଥିବା ନାବାଳିକା ଛାତ୍ରୀଙ୍କୁ ୮ ଜଣ ପୁରୁଷ ବନ୍ଧୁ ବଳାତ୍କାର କରିଥିବା ସୂଚନା। ସମ୍ପୃକ୍ତ ନାବାଳିକା ଜଣକ ସ୍ଥାନୀୟ ବୌଦନାଥପୁର ଥାନାରେ ଅଭିଯୋଗ କରିଛନ୍ତି | ଏହି ସମ୍ବେଦନଶୀଳ ଘଟଣାରେ ଗଞ୍ଜାମ ଜିଲ୍ଲାଠୁ ଆରମ୍ଭ କରି ସାରା ରାଜ୍ୟରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ଏହି ସମ୍ବେଦନଶୀଳ ଘଟଣାରେ ମାନ୍ୟବର କମିଶନ ହସ୍ତକ୍ଷେପ କରି ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ନେବା ସାଙ୍ଗେ ସାଙ୍ଗେ ସମ୍ପୃକ୍ତ ନାବାଳିକାର ପରିବାରକୁ କ୍ଷେତ୍ତି ପୂରଣ ବାବଦକୁ ୫୦,୦୦୦,୦୦ (ପଚାଶ ଲକ୍ଷ ଟଙ୍କା) ଯୋଗେଇ ଦେବା ପାଇଁ ଜାତୀୟ ମାନବ ଅଧିକାର କମିଶନଙ୍କ ଏନ.ଏଚ.ଆର.ସି କେଶ ନମ୍ବର 7048/2024ରେ କେଶ ଦାଏର କଲେ ହୋଇଛି| ଏହି ମାମଲାରେ ବ୍ରହ୍ମପୁର ଏସପି ,ଡିଜି ପୋଲିସ ଓଡିଶା,ଗୃହ ସଚିବ ଓଡିଶା,ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ପକ୍ଷଭୁକ୍ତ କରାଯାଇଛି |

Leave a Reply

Your email address will not be published. Required fields are marked *