ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଯୁବ ସମ୍ମିଳନୀ
ରାହାମା-୯/୧୧-ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପାରାଦ୍ଵୀପ ନଗର, କୁଜଙ୍ଗ ଓ ତିର୍ତ୍ତୋଲ ଖଣ୍ଡକୁ ନେଇ କୁଜଙ୍ଗ ବ୍ଲକ ପଙ୍କପାଳଠାରେ ବିଶାଳ ଯୁବ ସମ୍ମିଳନୀଆୟୋଜିତ ହୋଇଯାଇଛି। ରବିବାର ପୂର୍ବାହ୍ନରେ ଆହୁତ ଏହି ଭବ୍ୟ କାର୍ଯ୍ୟକ୍ରମରେ ସଂଘର ଶତାବ୍ଦୀ ବର୍ଷ ପୂର୍ତ୍ତୀ ଉପଲକ୍ଷେ ସାରା ଦେଶର ନବ ଯୁବକଙ୍କ ମନରେ ଦେଶଭକ୍ତି ଭାବନା ଭରିଦେବା ପାଇଁ ଏହି ଭଳି କାର୍ଯ୍ୟକ୍ରମର ଅୟୋଜନ ହେଉଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ଶିକ୍ଷାବିତ୍ ରାଜ୍ୟପାଳ ପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ କୁମାର ବେହେରା ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଉଦଘାଟନ କରି ବ୍ୟକ୍ତି ନିର୍ମାଣ ଓ ରାଷ୍ଟ୍ର ସର୍ବସ୍ବ ଜୀବନ ଏକ ସାଧନା ଓ ତପସ୍ୟା ବୋଲି କହିବା ସହ ଯୁବ ଶକ୍ତିରେ ସଙ୍ଗୀତରୁ ଦେଶ ର ଦଶା ଓ ଦିଶା ସ୍ପଷ୍ଟ ହୋଇଥାଏ ବୋଲି କହିଥିଲେ। ଦୁଇଟି ସତ୍ରରେ ମୁଖ୍ୟବକ୍ତା ଭାବେ ସଂଘର ଜଗତସିଂହପୁର ଜିଲ୍ଳା ସଂଘ ଚାଳକ ସୁରେଶ ଚନ୍ଦ୍ର ରାୟ, କଟକ ବିଭାଗ କର୍ଯ୍ୟବାହ ଶରତ ଚନ୍ଦ୍ର ସେନ, ଜିଲ୍ଲା ପ୍ରଚାର ପ୍ରମୁଖ ତାପସ କୁମାର ଦାଶ ଯୋଗଦେଇ ଦେଶର ଯୁବକ ପଥ ଭ୍ରଷ୍ଟ ନହୋଇ ନିଜ ପରିବାର ପାଇଁ ତଥା ସମାଜ ପାଇଁ ଜଣେ ଜଣେ ସୁଯୋଗ୍ୟ ସନ୍ତାନ ହେବା ପାଇଁ ଆହ୍ବାନ କରିଥଲେ। ଯୁବ ବର୍ଗ ନିଶା ଠୁ ଦୂରେଇ ଏକ ନିଶା ମୁକ୍ତ ଯୁବ ସମାଜ ଗଠନ କରିବା ଉପରେ ଗୁରୁତ୍ୱାରୋପ କରିଥଲେ। ଦେଶର ଯୁବକ ନିତ୍ୟ ବ୍ୟାୟାମ ଓ ଦିନଚର୍ଯ୍ୟା ମାଧ୍ୟମରେ ସୁସ୍ଥ ରହିବ। ବିଦେଶରୁ ଦେଶ ବିରୋଧୀ ଷଡ଼ଯନ୍ତ୍ରକୁ ବୁଝି ତା ‘ର ମୁକାବିଲା କରିବା ପାଇଁ ଯୁବ ସମାଜ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ। କେବଳ ମୌଳିକ ଅଧିକାର ନୁହେଁ ମୌଳିକ କର୍ତ୍ତବ୍ୟ ପ୍ରତି ମଧ୍ୟ ସଚେତନ ରହିବା ଆବଶ୍ୟକ। ପଞ୍ଚ ପରିବର୍ତ୍ତନ ଦ୍ଵାରା ସମାଜ ପରିବର୍ତ୍ତନ ସଂଘ କାର୍ଯ୍ୟକରୁଛି। ଏହି ପଞ୍ଚ ପରିବର୍ତ୍ତନ ମାଧ୍ୟମରେ ଦେଶ ପରମ ବୈଭବଶାଳୀ ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୁବକ ମାନଙ୍କ ଦ୍ଵାରା ସଂଘ ସେବା ଓ ଅନ୍ୟାନ୍ୟ ସାଂସ୍କୃତିକ ତଥା ସ୍ଵାଧିନତା ବିରତ୍ୱ ଗାଥା ବହନ କରୁଥିବା ଫଟୋ ଓ ଛାୟା ଚିତ୍ର ପ୍ରଦର୍ଶନ ହୋଇଥିଲା।

ଜିଲ୍ଲା ମହାବିଦ୍ୟାଳୟ ପ୍ରମୁଖ ଅଧ୍ୟାପକ କାଳନ୍ଦୀ ପ୍ରଧାନ ଓ ସହ ଖଣ୍ଡ କାର୍ଯ୍ୟବାହ ପ୍ରତ୍ୟୁଷ କୁମାର ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା କାର୍ଯ୍ୟବାହ ଜିତେନ୍ଦ୍ର କୁମାର ବିଶ୍ଵାଳ, ଜିଲ୍ଲା ଶାରୀରିକ ପ୍ରମୁଖ ବାବାଜୀ ବେହେରା, ଜିଲ୍ଲା ସହ ବୌଦ୍ଧିକ ପ୍ରମୁଖ ଶାରଦା ନାୟକ, ବିଭାଗ ଗ୍ରାମ ବିକାଶ ପ୍ରମୁଖ ମଳୟ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ପ୍ରାରମ୍ଭରେ ପାରମ୍ପରିକ ଫୁଲ ଚନ୍ଦନ ଦେଇ ପଙ୍କପାଳ ଗୋପୀନାଥ ଜୀଉ ଶାଖା ପକ୍ଷରୁ ଯୁବକମାନକୁ ସ୍ବାଗତ କରାଯାଇ ଥିଲା। ସତ୍ୟଜିତ ପ୍ରଧାନ ଧନ୍ୟବାଦ୍ ଦେଇଥିଲେ ଓ ଶେଷରେ ବନ୍ଦେ ମାତରଂ ଗାନ କରାଯାଇଥିଲା। ଏହି ଦିନିକିଆ ସମ୍ମିଳନୀକୁ କୁଜଙ୍ଗ ଖଣ୍ଡ କାର୍ଯ୍ୟବାହ ବିପିନ କୁମାର ମିଶ୍ର, ଶିବ ଚରଣ ପାତ୍ର, କୃଷ୍ଣ ପ୍ରସନ୍ନ ଦାସ, ବିଚିତ୍ରା ନନ୍ଦ ସୂତାର ସମେତ କୁଜଙ୍ଗ, ତିର୍ତ୍ତୋଲ ଖଣ୍ଡ ଓ ପାରାଦ୍ଵୀପ ନଗରର କାର୍ଯ୍ୟକର୍ତ୍ତା ପରିଚାଳନାରେ ସହଯୋଗ କରିଥଲେ।
