ରାସୋଳ ବ୍ୟାଙ୍କ ଡକାୟତି ପ୍ରେସ ମିଟ

କାମାକ୍ଷାନଗର– ଢେଙ୍କାନାଳ ପୋଲିକକୁ ବଡ ସଫଳତା ରାସୋଳ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଲୁଟ ଘଟଣାର ଫର୍ସାଫାଦ କଲା ଢେଙ୍କାନାଳ ପୋଲିସ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଢେଙ୍କାନାଳ । ଢେ଼ଙ୍କାନାଳ ରାସୋଳଥାନା ଅନ୍ତର୍ଗତ ରାସୋଳ ଛକ ନିକଟରୁ ଗତ ୧୨ ତାରିଖ ଅପରାହ୍ନ ରେ ୫ ଜଣ ଡକାୟତ ଓଡ଼ିଶା ଗ୍ରାମ ବ୍ୟାଙ୍କରୁ ମାରଣାସ୍ତ୍ର ଦେଖାଇ ସୁନା ଟଙ୍କା ଲୁଟି ନେଇ ଫେରାର ହେବା ପରେ ସେହିଦିନ ସହର ଥାନା ଗୋବିନ୍ଦପୁର ଅଞ୍ଚଳରୁ ଜଣେ ଡକାୟତ ସହ ଜଣ ସହ ଯୋଗିକୁ ଅଟକ ରଖି ପଚରା ଉଚରା କରିବା ପରେ ୯ ଜଣଙ୍କୁ ଗିରଫ କରିଛି ପୋଲିସ । ଅନ୍ୟ ଦୁଇ ଜଣ ଅଭିଯୁକ୍ତ ସହଯୋଗୀ ଫେରାର ଥିବା ଜଣାପଡିଛି । ବ୍ୟାଙ୍କରୁ ୧୨ଲକ୍ଷ ଚୋରୀ ହୋଇ ଥିବା ବେଳେ ୧୧ ଲକ୍ଷ ୫୫ ହଜାର ୪୬୦ ଟଙ୍କା ଜବତ ହୋଇଛି । ଲକରରୁ ଚୋରୀ ହୋଇଥିବା ସୁନା ମଧ୍ୟରୁ ୫କେଜି ୩୫୮ ଗ୍ରାମ ସୁନା ଜବତ ହୋଇଛି ଯାହାର ଅନୁମାନିକ ମୂଲ୍ୟ ୨ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ପ୍ରଦାନ କରିଛନ୍ତି ।ଡକାୟତ ଘଟଣାରେ ବ୍ୟବହୃତ ୩ଟି ଗାଡ଼ି ଓ ମାରଣା ଅସ୍ତ୍ର ଜବତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏସ୍‌.ପି ଲୋଗାନ୍ୟାଗୀ ଦିବ୍ୟା ଭି ସୁଚନା ପ୍ରଦାନ କରିଛନ୍ତି।

ରିପୋର୍ଟ-ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *