ଦେବ ଗ୍ରାମ ଦେଓଗାଁ ରେ ରଥ ଯାତରା
ଦେବ ଗ୍ରାମ ଦେଓଗାଁ ରେ ରଥ ଯାତରା-
ଭାବ ବିନୋଦିଆ ଠାକୁର ରଥ ଉପରେ ଚଢି
ଦର୍ଶନ ଦିଅନ୍ତି ଭକ୍ତଙ୍କୁ କେତେ ଆବେଗ ଛାଡି।
କପିଳାସ ପାଦଦେଶରେ ଦେବ ଗ୍ରାମ ଟି ଜାଣ
ଦେଓଗାଁ ନାମରେ ଜାଣନ୍ତି ସବୁ
ଶ୍ରଦ୍ଧାଳୁ ପୁଣ।
ଜଗନ୍ନାଥ ନାମେ ମନ୍ଦିର ଗ୍ରାମ ମଧ୍ୟଭାଗରେ
ପୂଜା ପାଉଛନ୍ତି କାଳିଆ ବଡ ଭାଇ ସଙ୍ଗରେ।
ଗ୍ରାମ ବାସୀ ଙ୍କ ର ଉତ୍ସାହ ଅଟେ ପୁରେ ବିଦିତ
ରଥ ଯାତରା ରେ ସମସ୍ତେ
ହୁଅନ୍ତି ଏକତ୍ରିତ।
ବାର ମାସରେ ତେର ପରବ
ହୁଏ ଦେବଗ୍ରାମରେ
ଚନ୍ଦ୍ର ଶେଖର ଙ୍କ କୃପାରୁ ହୁଏ
ଠିକ୍ ଭାବରେ।
ଦରଶନ ଲାଭ କରିଲି
ପ୍ରଭୁ ଜଗା କାଳିଆ
ସଙ୍ଗରେ ପୂଜା ପାଆନ୍ତି ଭାଇ ଅଟେ ବଳିଆ।
ଥାନା ବାବୁଙ୍କ ସଙ୍ଗରେ ଆରକ୍ଷୀ ଭାଇଗଣ
ଶୃଙ୍ଖଳା ରେ ନିୟୋଜିତ ଯେ
ହୋଇ ହରଷ ମନ
ସହସ୍ରାଧିକ ଯେ ଭକତ ହୋଇଛନ୍ତି ଯେ ରୁଣ୍ଡ
ହରି ବୋଲ ହୁଳହୁଳି ରେ କମ୍ପୁଅଛି ଭୁଖଣ୍ଡ।
କୃପା ଭିକ୍ଷା ଲାଭ କରିଲି
ମୁଁହି ରଥଯାତ୍ରାରେ
ଖେଚେଡ଼ି ପ୍ରସାଦ ପାଇଲି
ଅତ୍ୟନ୍ତ ଆନନ୍ଦରେ।
ଧନ୍ୟ ଧନ୍ୟ ଜଗା କାଳିଆ
ତୋର ଲୀଳା ଅନେକ
ତୋ ଲୀଳା ରେ ବିଶ୍ବ ଖୁସି ଯେ
ହୋଇ କରି ଭାବୁକ।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା।
