ଧର୍ମଶାଳା ବିଧାୟକଙ୍କ ଦ୍ୱାରା ଭତା, ରାସନ କାର୍ଡ ଓ ଜମି ପଟ୍ଟା ବଂଟନ

ଧର୍ମଶାଳା ବିଧାୟକଙ୍କ ଦ୍ୱାରା ଭତା, ରାସନ କାର୍ଡ ଓ ଜମି ପଟ୍ଟା ବଂଟନ
ଧର୍ମଶାଳା, : ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଜାରକାସ୍ଥିତ ଧର୍ମଶାଳା ମହୋତ୍ସବ ପଡିଆରେ ଆଜି ଅପରାହ୍ନରେ ଭତା, ରାସନ କାର୍ଡ ଓ ଜମି ପଟ୍ଟା ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ହିମାଂଶୁ ଶେଖହର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କୁ ଭତା, ରାସନ କାର୍ଡ ଓ ଭୁମିହିନମାନଙ୍କୁ ଜମି ପଟ୍ଟା ବଂଟନ କରିଥିଲେ । ଧର୍ମଶାଳା ବିଡିଓ ଜ୍ୟୋତିର୍ମୟ କରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରସୁଲପୁର ବିଡିଓ ସତ୍ୟାନନ୍ଦ ଦାସ, ଧର୍ମଶାଳା ତହସିଲଦାର ସମିର ରଞ୍ଜନ ଦାସ,ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ଶୁଚିସ୍ମିତା ଦାସ ଉପାଧ୍ୟାକ୍ଷା ବିଶ୍ୱ ବିଜୟିନୀ ମିଶ୍ର ସାଂସଦ ପ୍ରତିନିଧି କାହ୍ନୁ ଚରଣ ଦାଶ ପ୍ରମୁଖ ଯୋଗଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଧର୍ମଶାଳା ବ୍ଲକର ୩୨୬ ଜଣଙ୍କୁ ଭତା ଓ ୨୨୯ଜଣ ଭୁମିହିନଙ୍କୁ ଜମି ପଟ୍ଟା ଓ ୫୩୬ଜଣ ହିତାଧିôକାରୀଙ୍କୁ ରାସନ କାର୍ଡ ବଂଟନ କରାଯାଇଥିବା ବେଳେ ରସୁଲପୁର ବ୍ଲକର ୮୧ ଜଣ ହିତାଧିକାରୀଙ୍କୁ ଭତା, ୩୯ଜଣ ଭୁମିହିନଙ୍କୁ ଜମି ପଟ୍ଟା ଓ ୮୨ ଜଣଙ୍କୁ ରାସନ କାର୍ଡ ବଂଟନ କରାଯାଇଛି । ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଦାରଦ୍ର‌୍ୟ ସୀମାରେଖା ତଳେ ବାସବାସ କରୁଥିବା ସମସ୍ତଙ୍କୁ ପର୍ଯ୍ୟାୟକ୍ରମେ ରାସନ କାର୍ଡ, ସମସ୍ତ ଭୁମିହିନମାନଙ୍କୁ ଜମିପଟ୍ଟା ଓ ହିତାଧିକାରୀଙ୍କୁ ଭତା ଯୋଗାଇ ଦିଆଯିବ ବୋଲି ବିଧାୟକ ଶ୍ରୀ ସାହୁ କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ରାଜେଶ ପାଳ, ଦେବରାଜ ମିଶ୍ର,ଜିତେନ୍ଦ୍ର ରାଉତ, ଅଭିଶେକ ରାଉତ, ତପନ ମାହୁନ୍ତ, ତୀର୍ଥରାଜ ପଣ୍ଡା,ସିବୁଲି ଧିର ପ୍ରମୁଖ ପରିଚାଳନା କରିଥିଲେ । ଏହିକାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ହିତାଧିକାରୀ ଓ ସାଦାରଣ ଲୋକମାନେ ଯୋଗଦେଇଥିବା ବେଳେ ସମସ୍ତ ପଂଚାୟତର ସମିତିସଭ୍ୟ, ସରପଂଚ ଓ ଜିଆରଏସମାନେ ରହି ହିତାଧିକାରୀମାନଙ୍କୁ ଚିହ୍ନଟ କରିବାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *