ରାୟଗଡ଼ା ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ
ରାୟଗଡା-୧୫/୧୦-ରାୟଗଡା ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା(ଦିଶା)କମିଟି ବୈଠକ ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ କମିଟିର ଅଧ୍ୟକ୍ଷ ତଥା କୋରାପୁଟ ଲୋକସଭା ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉଲାକାଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାନ୍ୟବର ବିଧାୟକ ଗୁଣୁପୁର ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ,ରାୟଗଡ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆପଲସ୍ୱାମୀ କାଡ୍ରାକl, ବିଷମକଟକ ବିଧାୟକ ଶ୍ରୀଯୁକ୍ତ ନୀଳମାଧବ ହିକକା, ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକାର୍ଣ୍ଣି, ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ,ଡି,ଏଫ,ଓ ରାୟଗଡ଼, ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ କୁମାର, ଉପଜିଲ୍ଲାପାଳ ରାୟଗଡ଼ ଓ ଗୁଣପୁର ,ପିଏ ଆଇଡିଏ ରାୟଗଡ଼ ଓ ଗୁଣପୁର, ସିଡିଏମଓ ରାୟଗଡ଼, ଜିଲ୍ଲାର ସମସ୍ତ ବ୍ଲକର ଅଧ୍ୟକ୍ଷ ଓ ଅଧ୍ୟକ୍ଷା ସମେତ ଅନ୍ୟ ଜିଲ୍ଳାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ବୈଠକରେ ପ୍ରାରମ୍ଭରେ ମାନ୍ୟବର ସାଂସଦ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଆଲୋଚିତ ବିଷୟ ଉପରେ ବିଭାଗୀୟ ଅଧିକାରୀମାନଙ୍କ ସହିତ ଉପସ୍ଥାପନା କରିବା ନିମନ୍ତେ କହିଥିଲେ l ଏହାପରେ ବୈଠକରେ ଆଲୋଚନା ହେବାକୁ ଥିବା କାର୍ଯ୍ୟ ସୂଚି ଅନୁଯାୟୀ ବିଶେଷ କରି ପୂର୍ବତଟ ରେଳ ବିଭାଗ ଦ୍ୱାରା କରାଯାଉଥିବା ଗୁଣୁପୁର ଥେରୁବାଲି ନୂତନ ରେଳ ଲାଇନର ଅଗ୍ରଗତି ଓ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l ଏହି ପ୍ରକଳ୍ପର ଯୁଗ୍ମ ସର୍ଭେ କାମ ଆସନ୍ତା ଆକ୍ଟାବର ସୁଦ୍ଧା ସାରିବାକୁ ମlନ୍ୟବର ସଂlସଦ ରେଳ ବିଭାଗକୁ ନିର୍ଦେଶ ଦେଇଥିଲେ। ଏହା ସହିତ କେତୋଟି ଟନେଲ ପଡୁଛି ତାହା ମଧ୍ୟ ସର୍ଭେ କରିବାକୁ କହିଥିଲେ l ନୂତନ ରେଳ ଲାଇନ ଯୋଜନାରେ ଗୁଡାରି ସହିତ ସଂଯୋଗ କରିବା ପାଇଁ ନାଇରା ଦେଇ ରେଳ ସଂଯୋଗ କରାଯାଉ ବୋଲି କହିଥିଲେ l ରାୟଗଡରେ ରେଳ ମଣ୍ଡଳ ଥାଇକି ତତ୍କାଳ ଟିକେଟ କାହିଁକି ମିଳୁନାହିଁ ବୋଲି ରେଳ କର୍ତୃପକ୍ଷଙ୍କୁ ପଚାରୀ ଥିଲେ ଓ ତୁରନ୍ତ ବ୍ୟବସ୍ଥା କରିବାକୁ କହିଥିଲେ l ସମତା ଓ ଦୁର୍ଗ ରାୟପୁର ପାସେଞ୍ଜର ଯେମlଦେଇ ପେଣ୍ଠରେ ରହିବା କହିଥିଲେ l ସେହିପରି ଵିଷମ କଟକଠାରେ ସମତା ଏକ୍ସପ୍ରେସ ରହଣି ନିମନ୍ତେ ଵିଷମ କଟକ ବିଧାୟକ ଦାବି କରିଥିଲେ l ଲାଡ୍ଡା ଷ୍ଟେସନ ଜାତୀୟ ରାଜପଥକୁ ଲାଗିଯାଇଥବା ବିଷୟରେ ରାୟଗଡା ବିଧାୟକ ଦୃଷ୍ଠି ଆକର୍ଷଣ କରିଥିଲେ l

ଗୁଣୁପୁରଠାରେ ନୂତନ ଷ୍ଟେସନ କରିବା ପାଇଁ ମାନ୍ୟବର ଗୁଣୁପୁର ବିଧାୟକ ଦାବି କରିଥିଲେ। ନୂତନ ରେଳ ମଣ୍ଡଳ, କୋରାପୁଟ ସିଙ୍ଗାପୁର ରେଳ ଲାଇନର ଦୋହରୀକରଣ ନିମନ୍ତେ ପଦକ୍ଷେପ ନେବାକୁ ରେଲବାଇ କର୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ ଏବଂ ତୁରନ୍ତ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ନିମନ୍ତେ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ କରିବାକୁ କହିଥିଲେ | ଜାତୀୟ ରାଜପଥ ଉପରେ ଆଲୋଚନା କରି ଗୁମା ଘାଟିରେ ଟନେଲ ବ୍ୟବସ୍ଥା, କୁଟୁଳିରୁ ରାୟଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, କୈଳାସ ପୁର ଘାଟି ରାସ୍ତାରେ ଆଲୋକୀକରଣ କରିବା, ଗୁଇବନ୍ଧ ରାସ୍ତାରେ ଗଛ କାଟିବା, ଗଜପତି ସୀମାନ୍ତ ରାସ୍ତାରେ ଅନୁଧ୍ୟାନ କରି ତୁରନ୍ତ ମରାମତି କରିବାକୁ ବୈଠକରେ କହିଥିଲେ l ଜାତୀୟ ରାଜପଥ ୩୨୬ ଉପରେ ୧୫୩ କୋଟି ଟଙ୍କାରେ ନିର୍ମାଣ କରାଯିବକୁ ପ୍ରକ୍ରିୟା ଚାଲିଛି l ସେହିପରି ୧୭ କୋଟି ଟଙ୍କାରେ ନୂତନ ନlଗlବଳି ସେତୁ ନିର୍ମାଣ କାର୍ଯ୍ୟ ପାଇଁ ଟେଂଡର ଡକାଯାଇଛି l ରାଇପଙ୍ଖାରୁ ତାଣ୍ଡୀକଣା ପର୍ଯ୍ୟନ୍ତ ୩୨୫କୋଟି ଟଙ୍କା ବ୍ୟୟରେ ରାସ୍ତାର ଚଉଡା କରାଯିବ l ରାୟଗଡରୁ ଲକ୍ଷ୍ମୀପୁର ରାସ୍ତା ଉନତି କରଣ କରାଯିବ ବୋଲି ନିର୍ବାହୀ ଯନ୍ତ୍ରୀ ଜାତୀୟ ରାଜପଥ ପ୍ରକାଶ କରିଥିଲେ l ସେହିପରି ବିଏସଏନଏଲ ତରଫରୁ ଜିଲ୍ଲାର ୧୧ଗୋଟି ବ୍ଲକରେ ୧୩୬ଟି ସlଚୁରେସନ ସାଇଟ ଆଲର୍ଟ କରାଯାଇ ଗ୍ରାମାଞ୍ଚଳରେ ମୋବାଇଲ ଯୋଗାଯୋଗ କ୍ଷେତ୍ରରେ ଆଗ୍ରଗତୀ ହାସଲ କରିଛି l ପୂର୍ତ୍ତ ବିଭାଗ, ଗ୍ରାମ୍ୟ ନିର୍ମାଣ ବିଭାଗ ରାୟଗଡ ଏବଂ ଗୁଣୁପୁର ତରଫରୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ ସ୍ଥିତି ବିଷୟରେ ଆଲୋଚନା କରାଯାଇଥିଲା। ସେହିପରି ଗ୍ରାମ୍ୟ ଜଳାଯୋଗାଣ ବିଭାଗ ଉପରେ ଆଲୋଚନା କରାଯାଇ ମେଗା ଜଳ ଯୋଗାଣ ଉପରେ ଆଲୋଚନା କରାଯାଇ ତୁରନ୍ତ ସମ୍ପୂର୍ଣ କରି ଲୋକଙ୍କୁ ପିଇବା ପାଣି ଯୋଗାଇବାକୁ ମାନ୍ୟବର ସାଂସଦ ନିର୍ଦେଶ ଦେଇଥିଲେ l
