ବିକାଶର ଅପହଞ୍ଚରେ ଉପାନ୍ତ ଅଞ୍ଚଳ କାଶୀପୁର ବ୍ଲକ
– କାଶୀପୁର, (ତୀର୍ଥେକ୍ଷେତ୍ର )କେବଳ ନିର୍ବାଚନୀ ସମୟରେ ଭୋଟ ଭିକ୍ଷା ପାଇଁ ରାଜନେତା ମାନେ ଏହି ଅଞ୍ଚଳରେ ଜନ ବସତି ଥିବା ଜାଣି ଲୋକଙ୍କ ନିକଟ କୁ ପହଞ୍ଚି ଥାଆନ୍ତି। ଅତି ଲଜ୍ୟାର ବିଷୟ! ସ୍ୱାଧୀନତା ର ସତସ୍ତୁରୀ ବର୍ଷ ଫୁର୍ତ୍ତି ଉତ୍ସବ ଦେଶ ପାଳନ କରୁଥିବା ବେଳେ ଆମ ଗଣତନ୍ତ୍ର ସ୍ୱାଦ ଏହି ଭଳି ଅନେକ ଗ୍ରାମାଞ୍ଚଳ କୁ ଆଜି ପହଞ୍ଚି ପାରିନାହିଁ।

ବିକାଶଶୀଳ ଦେଶରେ ବିକାଶ୍ନମୂଖୀ ରାଜ୍ୟ ” ଓଡିଶା “ସମଗ୍ର ଦେଶରେ ଦୁଇ ଦଶନ୍ଦିରୁ ଉର୍ଦ୍ଧ ସମୟ ହେବ ପ୍ରଥମ ସ୍ଥାନ ଅଧିକାର କରି ବିଭିନ୍ନ ମହଲରେ ପ୍ରଶଂସା ର ପାତ୍ର ହୋଇ ବଡ ବଡ଼ ସନ୍ନମାନ ମୁଣ୍ଡେଇଛି, କିନ୍ତୁ ବାସ୍ତବିକତା ରେ ରାୟଗଡା ଜିଲ୍ଲା ଏକ ଖଣିଜ ସମ୍ପଦ ପରିପୂର୍ଣ୍ଣ ଶିଳ୍ପାୟାନ ବ୍ଲକ ଭାବେ କାଶୀପୁର ବ୍ଲକ ସମଗ୍ର ରାଜ୍ୟରେ ଉଦ୍ଭିୟମାନ କିନ୍ତୁ ଦୁଃଖ ର ବିଷୟ କାଶୀପୁର ବ୍ଲକ ଅନ୍ତର୍ଗତ ଗୋଡ଼ିବାଲି ପଞ୍ଚାୟତ ର ପଣସଗୁଡ଼ା ଗ୍ରାମ କିଛି ଦିନ ପରେ ବାହ୍ୟଜଗତରୁ ବିଛିନ୍ନ ହୋଇଯିବ। ଉକ୍ତ ଗ୍ରାମ ଦେଇ ପୂଣି ପାଞ୍ଚଖଣ୍ଡ ଗ୍ରାମ ର ଭାଗ୍ୟ ମଧ୍ୟ ସେଇ ଦିଗରେ। PWD ମୁଖ୍ୟ ରାସ୍ତାରୁ ଗ୍ରାମକୁ ମାତ୍ର ଅଢେଇ ରୁ ଦୁଇ କିଲୋମିଟର ବ୍ୟବଧାନ , ବର୍ଷା ଜଳ ପ୍ରବାହିତ ନଦୀ ଟିଏ ଅଞ୍ଚଳବାସୀଙ୍କ ଧନ ଜୀବନ ଓ ଶିକ୍ଷା ସ୍ୱାସ୍ଥ୍ୟ ପ୍ରତି ପ୍ରତିବନ୍ଧକ ସାଜିଛି। ଗ୍ରାମକୁ ଆମ୍ବୁଲାନ୍ସ ଟିଏ ଯିବାର ସୁବିଧା ନାହିଁ ଲୋକେ ବିଭିନ୍ନ ସମୟରେ ନାହିଁ ନ ଥିବା ସମସ୍ୟାର ଶମ୍ବୁଖୀନ ହେଉଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଠୋପ ହୋଇ ଯାଉଛି।ସରକାରୀ ପ୍ରଶାସନ ଞ୍ଚଳବାସୀଙ୍କ ଗୁହାରି ନ ଶୁଣିବା ପରେ ଜଣେ GRS ଶ୍ୟାମଧର ମାଝୀ ନାମକ ଯୁବକ ଓ ଲୋକେ ମିଳିତ ଉଦ୍ୟମ ରେ ନଦୀବନ୍ଧ ବାନ୍ଧି ଏକ କାଠ ପୋଲ ନିର୍ମାଣ କରିଥିଲେ। କିନ୍ତୁ ଆଜକୁ ତିନି ବର୍ଷ ପରେ ସମୟର ଶ୍ରତରେ କାଠ ପୋଲ ଜରାଜୀର୍ଣ୍ଣ ପରିସ୍ଥିତି ରେ। ତେଣୁ ଅଞ୍ଚଳବାସୀ ପ୍ରଶାସନ କୁ ପୋଲ ଓ ରାସ୍ତା ନିର୍ମାଣ ପାଇଁ ଗୁହାରି କରିଛନ୍ତି। ନଚେତ ପାଞ୍ଚଖଣ୍ଡ ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ତ ହେବେ ଓ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।
ମୁଖ୍ୟ ପ୍ରସଙ୍ଗ ହେଲା କାଶୀପୁର ବ୍ଲକ ର ପ୍ରାୟ ୩୦ ସତକଡା ରୁ ଅଧିକ ଅଞ୍ଚଳରେ ଆଜିପଯ୍ୟନ୍ତ ସଡ଼କ ଟିଏ ନିର୍ମାଣ ହୋଇ ନାହିଁ, ହାତପାହନ୍ତା ରେ ବିକାଶର ବିକଳ୍ପ ଥାଇ ମଧ୍ୟ ଲୋକେ ବର୍ଷ ବର୍ଷ ପ୍ରଶାସନ ର ବରାଦ୍ୱାରସ୍ତ ହେଉଛନ୍ତି। ଶେଷରେ ଲୋକଙ୍କ ଆଶା ଆକାଂକ୍ଷା କ୍ଷୁର୍ଣ୍ଣ ହୋଇ ମଉଳି ପଡୁଛି, ଯଦ୍ୱାରା ସେମାନେ ଏହିଭଳି ସଂକଳ୍ପ ନେଉଛନ୍ତି ଓ ଗ୍ରାମବାସୀଙ୍କ ମୌଳିକ ଅଧିକାର ପୂରଣ ଦିଗରେ ଆଗେଇ ଆସି କେଉଁଠି ସଡକ ନିର୍ମାଣ, କେଉଁଠି ପାନୀୟ ଜଳ ର ବ୍ୟବସ୍ଥା, ଗମନାଗମନ, ସ୍ୱାସ୍ଥ୍ୟ ଭଳି ଅନେକ କାର୍ଯ୍ୟ ଅଭାବ ଅନଟନ ରେ ରହି ମଧ୍ୟ ନିଜସ୍ୱ ଅର୍ଥ ରେ ଅତ୍ୟାବଶ୍ୟକ କାର୍ଯ୍ୟ କରୁଥିବା ଦେଖାଦେଇଛି,ଯାହା କି’ ସରକାରୀ କ୍ଷେତ୍ରରେ ପ୍ରଶାସନ ଦ୍ଵାରା ପୂରଣ ହେବା ଉଚିତ
କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର
