ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ୨୦୨୫-୨୬ ଉଦ୍ଘାଟିତ

ନବରଙ୍ଗପୁର ତା ୭.୧.୨୦୨୫:ଚଳିତ ୨୦୨୫-୨୬ ବର୍ଷ ପାଇଁ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଆଜି ସ୍ଥାନୀୟ ନୂତନ ମଣ୍ଡେଇ ପଡିଆ ନବରଙ୍ଗପୁର ଠାରେ ଉଦଘାଟିତ ହୋଇଅଛି ଏବଂ ଏହା ୧୧.୧.୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଳାରେ ବିଶିଷ୍ଟ ଅତିଥି ରୂପେ ରାଜ୍ୟସଭା ସାଂସଦ ମୁଜିବୁଲ୍ଲା ଖାନ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ସମ୍ମାନୀତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ )ବିଶ୍ୱଜିତ ବର୍ମନ ,ଚିଫ ଇଞ୍ଜିନିୟର କୃଷି ବିଭାଗ ବିଷ୍ଣୁ ପ୍ରସାଦ ମିଶ୍ର, ଡି ଜି ଏମ୍ ,କୃଷି ଶିଳ୍ପ ନିଗମ ଲଳିତ ମୋହନ ଜେନା,ଲୋକସଭା ସାଂସଦ ଙ୍କ ପ୍ରତିନିଧି ଜ୍ଯୋତି ରଞ୍ଜନ କଂସ ପ୍ରମୁଖ ଉପସ୍ଥିତ ଥିଲେ।ପ୍ରଥମେ ଅତିଥିଗଣ ମେଳାରେ ସ୍ଥାପିତ ସମସ୍ତ ଷ୍ଟଲ ପରିଦର୍ଶନ କରିଥିଲେ।ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୁଧୀରଞ୍ଜନ ବେହେରା ସ୍ୱାଗତ ଭାଷଣ ସହ ସଭାର ଶୁଭାରମ୍ଭ କରିଥିଲେ । ଏହି ମେଳାରେ ଜିଲ୍ଲା ସ୍ତରୀୟ ଅଧିକାରୀ, କୃଷି ବିଭାଗ, ମତ୍ସ୍ୟ ବିଭାଗ, ଉଦ୍ୟାନ ବିଭାଗର ପ୍ରମୁଖର ସମସ୍ତ ଅଧିକାରୀ,ସମସ୍ତ ବ୍ଲକରୁ ପ୍ରାୟ ୧୦୦୦ ଜଣ ଚାଷୀ, ଗଣମାଧ୍ଯମ ପ୍ରତିନିଧି ଉପସ୍ଥିତ ଥିଲେ। ମେଳା ରେ ସର୍ବମୋଟ ୧୧୫ଟି ଷ୍ଟଲର ଆୟୋଜନ କରାଯାଇଛି, ଯେଉଁଥିରେ ବିଭିନ୍ନ ଯନ୍ତ୍ରପାତି କମ୍ପାନୀର ଉତ୍ପାଦକ ଓ ବିକ୍ରେତା,ଖାଦ୍ୟ ଷ୍ଟଲ ରହିଛି।

କୃଷି ଯନ୍ତ୍ରପାତି ମେଳାରେ ବିଭିନ୍ନ ଉଦ୍ପାଦକ ଏଜେନ୍ସୀ ଟ୍ରାକ୍ଟର, ରୋଟାଭେଟର, କମ୍ବାଇନ୍ ହାରଭେସଟର, ପେଡି ଥ୍ରେସର୍,ପମ୍ପ ସେଟ୍, ଡ୍ରୋନ,ସୋଲାର ପମ୍ପ, ପାୱାର ଟିଲର, ଗାର୍ଡେନ ଟୁଲ୍ସ ଭଳି ବିଭିନ୍ନ କୃଷି ଯନ୍ତ୍ରପାତି ପ୍ରଦର୍ଶନ କରାଯାଇ ଚାଷୀମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ବିଷୟରେ ଅବଗତ କରାଇଥିଲେ।୧୦ ଟି କ୍ଷୁଦ୍ରଶସ୍ୟ ଖାଦ୍ୟ ଉଦ୍ପାଦକ ଅଂଶ ଗ୍ରହଣ କରିଥିଲେ। ଏହି କୃଷି ଯନ୍ତ୍ରପାତି ମେଳାର ମୁଖ୍ୟ ଉଦ୍ଦେଶ୍ୟ ବିଭିନ୍ନ କୃଷି ଯନ୍ତ୍ରପାତି ପାଇଁ ସରକାରୀ ଆର୍ଥିକ ସହାୟତା, ସବସିଡି, ରିହାତି ରେ କୃଷି ଯନ୍ତ୍ରପାତି ର କ୍ରୟ ଓ ବ୍ୟାଙ୍କ ଲୋନ୍ ସାହାଯ୍ୟ ରେ କ୍ରୟର ବ୍ୟବସ୍ଥା,ନୂତନ କୃଷି ଯନ୍ତ୍ରପାତି ର ଜ୍ଞାନକୌଶଳ ଓ ତାର ବ୍ୟବହାର,କୃଷକ ପାଠଶାଳା ମାଧ୍ୟମରେ ଚାଷୀ ଙ୍କୁ ବିଭିନ୍ନ ସରକାରୀ ଯୋଜନା ବିଷୟରେ ଅବଗତ କରାଇବା।ଅତିଥିଙ୍କ ଦ୍ୱାରା ୧୦ ଜଣ ଚାଷୀଙ୍କୁ ନୂତନ ଟ୍ରାକ୍ଟର (ସବସିଡି ସହିତ)ସହାୟତା ପ୍ରଦାନ କରାଯାଇଥିଲା।ଅତିଥିଗଣ ଜିଲ୍ଲାର ଚାଷୀ ମାନେ କୃଷି ଯନ୍ତ୍ରପାତି ବ୍ୟବହାର କରି ନିଜର ଆର୍ଥିକ ଅଭିବୃଦ୍ଧି କରିବା ଏବଂ ଏହି ମେଳା ରେ ସମସ୍ତ ଷ୍ଟଲ ପରିଦର୍ଶନ ସହ ସବସିଡି ସହାୟତା ପାଇଁ ଅନ୍ ଲାଇନ୍ ଆବେଦନ କରିବାକୁ କହିଥିଲେ।ସଭା ଶେଷରେ ଜିଲ୍ଲା କୃଷି ଅଧିକାରୀ ଅନିଲ ପ୍ରହରାଜ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *