ଆଞ୍ଚଳିକ ବାଦି ପାଲା ବିଧାରପୁର ରେ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ସଂସ୍କୃତି ସଂପନ୍ନ ଗ୍ରାମ ବିଧାରପୁର ରେ କୃଷି ଭିତ୍ତିକ ପର୍ବ ପବିତ୍ର ଅକ୍ଷୟ ତୃତୀୟାଠାରୁ ପାଞ୍ଚ ରଜନୀ ଧରି ପ୍ରତିଦ୍ବନ୍ଦିତା ମୂଳକ‌‌ ବାଦି ପାଲା ଗାୟକ ସରସ୍ଵତୀ କୈଳାସ ଚନ୍ଦ୍ର ପାଣିଗ୍ରାହୀ ଓ ଗାୟକ ରାଜହଂସ ପ୍ରମୋଦ କୁମାର ସାହୁ ଙ୍କ ମଧ୍ୟରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଅଛି। ରାମାୟଣ, ମହାଭାରତ ସହିତ ଅନେକ ପୁରାଣ ଉପାଖ୍ୟାନ ସହିତ ନିତି ଶିକ୍ଷା ପାଲାକୁ ସରସ ସୁନ୍ଦର କରିଅଛି।

ଆଞ୍ଚଳିକ ବାଦି ପାଲା ମଞ୍ଚ ବିଧାରପୁର ର ସଭାପତି କୃଷ୍ଣ ଚନ୍ଦ୍ର ସାହୁ, କର୍ମକର୍ତ୍ତା ସର୍ବଶ୍ରୀ ସଞ୍ଜୟ କୁମାର ବାରିକ, ଅଭିମନ୍ୟୁ ସାହୁ, ତ୍ରିନାଥ ନାୟକ, ନାରାୟଣ ମହାନ୍ତି, ନାରାୟଣ ପରିଡ଼ା, ରାଜକିଶୋର ନାୟକ, ସଞ୍ଜୟ କୁମାର ଦାସ, ଭଗବାନ ମହାରଣା (କର୍ତ୍ତା), ମହେନ୍ଦ୍ର ମହାନ୍ତି, କପିଳେଶ୍ୱର ବେହେରା, ଅର୍ଜୁନ ସେଠୀ,ଅମ୍ବୁଜ ସେଠୀ ଙ୍କ ସହିତ ସମସ୍ତ ଗ୍ରାମ ବାସୀ ମାନଙ୍କ ସହଯୋଗ ରେ ପାଞ୍ଚ ରଜନୀ ଧରି ବାଦି ପାଲା ଅନୁଷ୍ଠିତ ହୋଇଯାଇଅଛି। ଏହି ପାଲା କୁ ଢେଙ୍କାନାଳ ଜିଲ୍ଲା ର ବିଭିନ୍ନ ଅଞ୍ଚଳରୁ ସହସ୍ରାଧିକ ଜନସାଧାରଣ ଉପଭୋଗ କରିଥିଲେ। ବାସ୍ତବିକ୍ ଏହି କାର୍ଯ୍ୟକ୍ରମ ଜନମାସରେ ଆଦୃତ ହୋଇପାରିଛି।

Leave a Reply

Your email address will not be published. Required fields are marked *