ଜିଲ୍ଲା କଂଗ୍ରେସ ସଭାପତି ଦେବ ପ୍ରସାଦ ନାୟକ ଙ୍କ ନେତୃତ୍ବରେ ମନରେଗା ଆଇନ ର ପୁନଃ ପ୍ରଚଳନ
ଜିଲ୍ଲା କଂଗ୍ରେସ ସଭାପତି ଦେବ ପ୍ରସାଦ ନାୟକ ଙ୍କ ନେତୃତ୍ବରେ ମନରେଗା ଆଇନ ର ପୁନଃ ପ୍ରଚଳନ ଓ ଧାନ ମଣ୍ଡି ଗୁଡିକରେ ଚାଷୀ ମାନେ ଭୋଗୁଥିବା ସମସ୍ଯା କୁ ନେଇ ଶତାଧିକ କଂଗ୍ରସ କାର୍ଯ୍ଯକର୍ତ୍ତା ମାନେ ଜିଲ୍ଲାପାଳ ଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଗଣ ଧାରଣା ରେ ବସିଥିଲେ । ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ( MGNREGA) ଯୋଜନାର ନାମକରଣ ବଦଳାଇବା , ଯୋଜନାର ରୂପରେଖ ବିକୃତ କରିବା ଏବଂ ମନରେଗା ଆଇନ ରେ ଥିବା ଶ୍ରମିକଙ୍କ ସ୍ବାଧୀନ ଅଧିକାର ଓ ପଚାଂୟତ ର କ୍ଷମତା କୁ କେନ୍ଦ୍ର ସରକାର ଭିବି – ଜି – ରାମ ଜି ସ୍କିମ ମାଧ୍ଯମରେ ନିଜ ହାତକୁ ନେଇ ଯିବା ସହ ତାକୁ କେନ୍ଦ୍ର ର ଇଛାଧୀନ କରି ରଖିବାକୁ ବିରୋଧ କରି ଧାରଣା ଦେଇଥିଲେ । ତତସହିତ ଜିଲ୍ଲା ର ଧାନ ମଣ୍ଡି ଗୁଡିକରେ ଚାଷୀ ମାନଙ୍କ ଠାରୁ ଭଲ ଧାନ କୁ ଖରାପ ଦର୍ଶାଇ ଜୋର ଜବରଦସ୍ତ ପାଖାପାଖି ୪ କେଜି ଧାନ କାଟ ନିଆଯାଉଛି । ଦୁଃଖ ର ବିଷୟ ଅଖା ବାବଦକୁ କ୍ବିଣ୍ଟାଲ ପ୍ରତି ୧.୫ କେଜି ଧାନ କାଟିବା ସତ୍ତ୍ବେ ଚାଷୀ ମାନଙ୍କୁ ଚିରା ଫଟା ଅଖା ଦିଆ ଯାଉଛି । ଜିଲ୍ଲାରେ ଧାନ ସଂଗ୍ରହ ପାଇଁ ମାତ୍ର ଅଳ୍ପ ସଂଖ୍ଯକ ମିଲର ଥିବାରୁ ସେମାନଙ୍କ ର ଏକଚାଟିଆ ନିତି ଚାଲୁ ଥିବାରୁ କଂଗ୍ରେସ ଦଳ ଅଧିର ସଂଖ୍ଯକ ମିଲକ ନିଯୁକ୍ତ କରିବା ପାଇଁ ଦାବି ରଖିଛି । ଜିଲ୍ଲା ରେ ମିଲର ମାନଙ୍କ ସଂଖ୍ଯା କମ୍ ଥିବାରୁ କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ମଣ୍ଡିରେ ପଡି ରହୁଛି । ମଣ୍ଡିରେ କଣ୍ଟା ବାବଦକୁ ସୋସାଇଟି କଣ୍ଟା ଶ୍ରମିକ ଙ୍କୁ ପାରିଶ୍ରମିକ ଦେଉଥିବା ସତ୍ତ୍ବେ ଚାଷୀ ମାନଙ୍କ ଠୁ ମଧ୍ଯ ଅତିରିକ୍ତ ପଇସା ଆଦାୟ କରାଯାଉଛି । ମନରେଗା ଆଇନ ର ପୁନଃପ୍ରଚଳନ ଏବଂ ଧାନ ମଣ୍ଡି ଗୁଡିକରେ ଚାଷୀର ସମସ୍ଯା କୁ ଦୃଷ୍ଟି ଦେବା ସହ ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲା କଂଗ୍ରେସ ର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଙ୍କୁ ପୃଥକ ପୃଥକ ଦାବି ପତ୍ର ପ୍ରଦାନ କରିଥିଲେ ।

ଏଥିରେ ଜିଲ୍ଲା କଂଗ୍ରେସ କମିଟି ର ଉପ ସଭାପତି ଦିବର ଦାସ , ବଲ୍ଲଭାନନ୍ଦ ସ୍ବାଇଁ , ପ୍ରଶାନ୍ତ ଦାସ , ଅଶ୍ବିନୀ ସ୍ବାଇଁ , ମହମ୍ମଦ ଅବଦୁଲ ଓ୍ବାହିଦ , ଅମ୍ବିକା ପ୍ରସାଦ ଦାସ , ସୁବ୍ରତ ରାୟ , କାର୍ଯ୍ଯକାରୀ ସଦସ୍ଯ ଶ୍ରୀଚରଣ ରାଉତ , ଦିପ୍ତିରାଣୀ ପ୍ରଧାନ , ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ବିଦ୍ଯାଧର ବାରିକ , ଶୁଭ ନାରାୟଣ ନାୟକ , ଜାନକୀ ମହାରଥା , ବାବୁଲି ପଟ୍ଟନାୟକ , ଅଶୋକ ଜେନା , ଜିଲ୍ଲା କଂଗ୍ରେସ କମିଟି ର ସମ୍ପାଦକ ସରୋଜ ପ୍ରଧାନ , ରୂପଶ୍ରୀ ରାଗିଣୀ ଦାସ , ଦିଲ୍ଲିପ ମାହାର , ଜିତୁ ନାରାୟଣ ସାହୁ , ଧନଞ୍ଜୟ ସୂତାର , ମାନସ ଗୋଚ୍ଛାୟତ , ବୃନ୍ଦାବନ ପ୍ରଧାନ , ପ୍ରହଲ୍ଲାଦ ବିଶ୍ବାଳ , ଜିଲ୍ସା କଂଗ୍ରେସ କମିଟି ମୁଖପାତ୍ର ସର୍ବେଶ୍ବର ପଣ୍ଡା , ଜଗତସିଂହପୁର ନଗର କଂଗ୍ରେସ କମିଟି ସଭାପତି ପ୍ରଶାନ୍ତ ମହାପାତ୍ର , ନାଉଗାଁ ବ୍ଲକ କଂଗ୍ରେସ ସଭାପତି ବିଚିତ୍ରା ନନ୍ଦ ଲେଙ୍କା , ଜଗତସିଂହପୁର ବ୍ଲକ କଂଗ୍ରେସ ସଭାପତି ଜ୍ଞାନ ରଞ୍ଜନ ପୃଷ୍ଚି, ଏରସମା ବ୍ଲକ କଂଗ୍ରେସ ସଭାପତି ପିନାକୀ ନାରାୟଣ ଦାସ , ତିର୍ତ୍ତୋଲ ବ୍ଲକ କଂଗ୍ରେସ ସଭାପତି ସଫି ଆଜମ୍ , ରଘୁନାଥପୁର ବ୍ଲକ କଂଗ୍ରେସ ସଭାପତି ଆର୍ତ୍ତତ୍ରାଣ ପଣ୍ଡା , ପୂର୍ବତନ କୁଜଙ୍ଗ ବ୍ଲକ କଂଗ୍ରେସ ସଭାପତି ନିହାର ଦାସ , ମହନି ଚରଣ ରାଉତ , ମୂଳିସିଂହ ସମିତିସଭ୍ଯ ରଜଂନ କୁମାର ସାହୁ , ପିତେଇପୁର ସମିତିସଭ୍ଯ ହିମାଂଶୁ ପରିଡା , ଗରାମ ସରପଂଚ ପ୍ରଦ୍ଯୁମ୍ନ କିଶୋର ଚୟନୀ , ପ୍ରାଚୀ ଚୟନୀ , ମଣିଜଙ୍ଗା ସରପଞ୍ଚ ଶଶଧର ମଲ୍ଲିକ , କୃଷ୍ଣଚନ୍ଦ୍ର ସ୍ବାଇଁ, ସତ୍ଯବ୍ରତ ଦାସ , ପ୍ରଶାନ୍ତ ଲେଙ୍କା , ନାରାୟଣ ନାୟକ , ସୌମ୍ଯକାନ୍ତ ସିଂହ , ସୂରଜକାନ୍ତ ଦାସ , ଅନନ୍ତ ନାରାୟଣ ପୃଷ୍ଚି , ପ୍ରତମ ପରିଜା , ସରସ୍ବତୀ ସାହୁ , ସାଇ ପ୍ରଭଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ ।
