ରେଣ୍ଡୁଅ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ

ପୁରୀ ତା ୦୬.୦୩.୨୫ ରିଖ ଗୁରୁବାର ଦିନ ପୁରୀ ସଦର ବୀର ହରେକୃଷ୍ଣପୁର ପଞ୍ଚାୟତ ଅନ୍ତର୍ଗତ ରେଣ୍ଡୁଅ ପ୍ରାଥମିକ ବିଦ୍ୟାଳୟରବାର୍ଷିକୋତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାନ୍ତିଲତା ପରିଡ଼ାଙ୍କ ସଭାପତିତ୍ବରେ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ପୁରୀ ସଦର ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର କର , ମୁଖ୍ୟ ବକ୍ତା ଭାବେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ତୋଫାନ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ସହକାରୀ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରତ୍ନାକର ବେହେରା, ବୀର ହରେକୃଷ୍ଣପୁର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଧରିତ୍ରୀ ଜେନା ଏବଂ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ କୁମାର ସ୍ବାଇଁ ଯୋଗଦେଇଥିଲେ । ମୁଖ୍ୟବକ୍ତା ଶ୍ରୀଯୁକ୍ତ ମିଶ୍ର ଓଡ଼ିଆ ବର୍ଣ୍ଣମାଳାର ଛ’ଟି ଅକ୍ଷରକୁ ନେଇ ଚମତ୍କାର ଭାବରେ ନିଜର ବକ୍ତବ୍ୟ ର ଅବତାରଣା କରିଥିଲେ।ମୁଖ୍ୟ ଅତିଥିଙ୍କ ବକ୍ତବ୍ୟ ଶିକ୍ଷା ଶିକ୍ଷଣର ବିଭିନ୍ନ ଦିଗକୁ ଛୁଇଁବା ସହିତ ଶିକ୍ଷା ସହିତ ସହଶିକ୍ଷା କିିପରି ଶିକ୍ଷଣକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ ସେ ବିଷୟରେ ଆଲୋକପାତ କରିଥିଲେ। ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ପରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମକୁ ଶ୍ରୀମତୀ ପ୍ରଭାତୀ ଜେନା ସଂଯୋଜନା କରିଥିଲେ ଏବଂ ଶିକ୍ଷୟିତ୍ରୀ ସୁଶ୍ରୀ ଅସ୍ମିତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ। ପରିଚାଳନା କମିଟିର ସମସ୍ତ ସଦସ୍ୟ/ସଦସ୍ଯା ତଥା ଗ୍ରାମବାସୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *