ରଥଯାତ୍ରା ରେ ଦଳଚକଟା ଘଟଣା ରେ ତିନି ଜଣ ଙ୍କ ମୃତ୍ୟୁଙ୍କ ରିପୋର୍ଟ ପ୍ରସ୍ତୁତ ହୋଇନାହିଁ
ରଥଯାତ୍ରା ରେ ଦଳଚକଟା ଘଟଣା ରେ ତିନି ଜଣ ଙ୍କ ମୃତ୍ୟୁ ସକାଶେ ସରକାର ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ କହିଥିଲେ, ଗତକାଲି ସରକାର ସାର୍ବଜନୀନ କରିନାହାନ୍ତି କିନ୍ତୁ ଗଣମାଧ୍ୟମ ରେ ଏହା ପ୍ରକାଶିତ ହେଇଗଲା, ଏହି ରିପୋର୍ଟ ରେ 7 ଜଣ ଙ୍କ ନାମ ଉଲେଖ ରହିଲା.. ଆଜି ଆମ ଆଦମୀ ପାର୍ଟି ତରଫରୁ ଏକ ସାମ୍ବାଦିକ ସମିଳନୀ କରାଗଲା. ଏଥିରେ ବଡ଼ ପ୍ରଶ୍ନ ହେଲା ଯୋଉମାନେ ଦାୟିତ୍ୱ ରେ ଥିଲେ ସେମାନେ କେମିତି ଦୋଷୀ ହେଲେ ନାହିଁ..ଆପ ତରଫରୁ ଆଜି କିଛି ଫୋଟୋ ମଧ୍ୟ ପ୍ରଦର୍ଶିତ କରାଗଲା ଯୋଉଥିରେ କି ବିଜେପି ର କେନ୍ଦ୍ର ମନ୍ତ୍ରୀ, ସାଂସଦ ଓ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ, ସେମାନଙ୍କ ଉପସ୍ଥିତି ରେ ମଧ୍ୟ କ୍ୟାମେରା ଚାଲୁନଥିଲା, ଯଦି ସେତେବେଳେ ଠିକ ହେଇଥାନ୍ତା ତେବେ ଅନୁ ଗର୍ଗ ଙ୍କ ଲୋକଙ୍କ ଠୁ ସାକ୍ଷୀ ପ୍ରମାଣ ନେବାକୁ ପଡ଼ିନଥାନ୍ତା, ସବୁଠୁ ବଡ଼ ଆଶ୍ଚର୍ଯ୍ୟ ର ବିଷୟ ଆପ ସଭାପତି ସଂଜୀବ ମହାନ୍ତି ଏ କ୍ୟାମେରା ବିଷୟରେ ସୂଚନା ଅଧିକାର ଆଇନ ବଳ ରେ ସୂଚନା ମଗା ଯାଇଥିଲା, ସେଥିରେ ସେ Nill ବୋଲି ଉଲେଖ କରିଥିଲେ, କିନ୍ତୁ ଗଣମାଧ୍ୟମ ରେ ଗତକାଲି ଠୁ ଚାଲିଛି ଯେ 275 କ୍ୟାମେରା ଲାଗିଥିଲା. ତେବେ ସତ କଣ କିଏ କହିବ? କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଖରେ କଳା shirt ପିନ୍ଧିଥିବା ଲୋକ ଟି କିଏ? ତାଙ୍କର ଭୂମିକା କଣ? ସୂଚନା ମିଳୁଛି ଯେ ସେ iG drone କ୍ୟାମେରା ଲଗେଇଥିଲେ..ତେଣୁ ସେ ତଦନ୍ତ ପରିସରଭୁକ୍ତ ହେଲେନି କେମିତି? 88 ଲକ୍ଷ ଟଙ୍କା ର କ୍ୟାମେରା ଘୋଟଲା ହେଇଚି.., ନିଶ୍ଚୟ ହେଇଚି. ଆଜି ସେଥିପାଇଁ ପୁରୀ ଆରକ୍ଷୀ ଅଧିକ୍ଷକ ଙ୍କ ଆପ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଦାବୀ ପତ୍ର ଦିଆଗଲା. ଯୋଉଥିରେ ଉଲେଖ ହେଇଚି ଯେ ହାଇକୋର୍ଟ ର ପୂର୍ବ ନ୍ୟାୟଧିସ ଙ୍କ ଦ୍ୱାରା ପୁନଃ ତଦନ୍ତ କରାଯାଉ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ.ପୋଲିସ ର ସମସ୍ତ ସଂଗଠନ କୁ ଅନୁରୋଧ ଆପଣ ଆବାଜ ଉଠାନ୍ତୁ ଦୁର୍ନୀତିଗ୍ରସ୍ତ ଅଫିସର ବିରୁଦ୍ଧରେ ଆଜି ନ କହିଲେ ପୁଣି ତଳିଆ କର୍ମଚାରୀ ବଳି ପଡିବେ. ମୁଖ୍ୟମନ୍ତ୍ର ଙ୍କୁ ଅନୁରୋଧ ଯେତେ ଜଣ ମନ୍ତ୍ରୀ ନେତା ଏହି ଘୋଟଲା ରେ ଅଛନ୍ତି ସମସ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ. ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ସଂଜୀବ କୁମାର ମହାନ୍ତି, ଆପ ନଗର ସଭାପତି ରମାକାନ୍ତ ସ୍ୱାଇଁ, ନାରୀ ନେତ୍ରୀ ସନ୍ଧ୍ୟା ରାଣୀ ଦାସ ଓ ସମିନା ନାୟକ ଉପସ୍ଥିତ ଥିଲେ..
