ଦିନିକିଆ ଗସ୍ତରେ ଆସି ବିଜେପିରେ ଦମ୍ଭ ଫୁଙ୍କିଲେ ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା
ଆଜି ଦିନିକିଆ ଉମରକୋଟ ଗସ୍ତରେ ଆସି ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ସ୍ଥାନୀୟ ବ୍ୟବସାୟୀ, ଲାଭାର୍ଥୀ ଏବଂ ବିଜେପି କର୍ମୀଙ୍କ ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିବା ସହ ଦୁଇ ରାଜ୍ୟ ମଧ୍ୟରେ ଥିବା ସମ୍ପର୍କ ଓ ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ବିଜେପି ସପକ୍ଷରେ ଜନମତ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ ।ସମଗ୍ର ଦେଶରେ ନିର୍ବାଚନ ବିଗୁଲ ବାଜି ସାରିଥିବାବେଳେ ପ୍ରତ୍ୟେକ ଦଳ ମଧ୍ୟରେ ନିର୍ବାଚନକୁ ନେଇ ତତ୍ପରତା ପ୍ରକାଶ ପାଇଛି । ଆଜି ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଆକାଶ ମାର୍ଗରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ରେ ପହଂଚିଥିଲେ ଏବଂ ସେଠାରୁ ବିଜେପି କର୍ମୀଙ୍କ ସହ ଏକ ମୋଟରସାଇକଲ ରାଲି ମାଧ୍ୟମରେ ସହର ପରିକ୍ରମା ସାରି ସ୍ଥାନୀୟ ଏକ ହୋଟେଲ୍ ମଧ୍ୟରେ ପ୍ରଥମେ ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ଆସିଥିବା ବ୍ୟବସାୟୀଙ୍କ ସହ ଆଲୋଚାନା କରିଥିଲେ । ଛତିଶଗଡ଼ ରାଜ୍ୟ ଉପରେ ଉମରକୋଟ ବ୍ୟବସାୟୀ ବହୁ ମାତ୍ରାରେ ନିର୍ଭର କରୁଥିବାରୁ ଆଗକୁ ସେମାନଙ୍କ ବ୍ୟବସାୟରେ ସୁବିଧା ପାଇଁ ଛତିଶଗଡ଼ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ଉପ-ମୁଖ୍ୟମନ୍ତ୍ରୀ କହିଥିବାବେଳେ ବ୍ୟବସାୟୀଙ୍କ ପ୍ରଶ୍ନର ଉତ୍ତରରେ ରାଜ୍ୟରେ ବିଜେପି ସରକାର ଆସିଲେ ଧାନର ମୂଲ୍ୟ ଛତିଶଗଡ଼ ଭଳି ୩୧୦୦ ଟଙ୍କା କରାଯିବ ବୋଲି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତ । ପରେ ବିଭିନ୍ନ ଅଂଚଳରୁ ଆସିଥିବା ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ଏବଂ ଆଗକୁ ମଧ୍ୟ ଲୋକଙ୍କ ହିତ ପାଇଁ କେନ୍ଦ୍ର ସରକାର କାମ କରିବ ବୋଲି କହିଥିଲେ!ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ବୋଲି ନାରା ଦେଉଥିବା ବେଳେ ଏପଟେ ଉମରକୋଟ ବିଜେପି ସମ୍ବିଧାନର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ସାମ୍ବାଦିକ ମାନଙ୍କୁ ଅପମାନ କରିବା ସହ ଅଣଦେଖା କରୁଥିବା ଦେଖିବାକୁ ମିଳିଛି!ଆଜିର କାର୍ଯ୍ୟକ୍ରମ ରେ ଦଳ ର ପରିଚାଳନା କମିଟି ଙ୍କ ବ୍ୟବହାର ସାମ୍ବାଦିକ ମାନଙ୍କୁ ମର୍ମାହତ କରିଛି,ସେପଟେ ନିର୍ବାଚନ

ବିଗୁଲ ବାଜିଲା ପରେ ଆଦର୍ଶ ଆଚରଣ ଵିଧି ଲାଗୁ ହେବା ପରେ ମଧ୍ୟ ବିଜେପି ଦଳର ଦଳିୟ କାର୍ଯ୍ୟକ୍ରମ ରେ ନେତାମାନଙ୍କ ହୋଡିଂ ସହ ସହର ରେ ଦଳୀୟ ବାନା ଲାଗିଥିବା ଦେଖିବାକୁ ମିଳିଛି । ସାମ୍ବାଦିକ ମାନଙ୍କୁ ଅପମାନିତ କରିବା, ଯେଉଁମାନଙ୍କ ଦ୍ୱାରା ସାରା ବିଶ୍ୱ ବିଭିନ୍ନ ଖବର ଜାଣିପାରୁଛନ୍ତି ଏବଂ ସାମ୍ବାଦିକ ମାନଙ୍କ ଖବର ପ୍ରସାରଣ ଯୋଗୁଁ ହିଁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ୱର ଜଣେ ଶ୍ରେଷ୍ଠ ନେତା ହୋଇପାରିଛନ୍ତି!କିନ୍ତୁ ନରେନ୍ଦ୍ର ମୋଦି ଙ୍କ କାର୍ଯ୍ୟକର୍ତ୍ତା ଙ୍କ ଏଭଳି କାର୍ଯ୍ୟକଳାପ କୁ ବୁଦ୍ଧିଜୀବୀ ନାପସନ୍ଦ କରିଥିବା ଦେଖିବାକୁ ମିଳିଥିଲା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ନିକଟରେ ପହଂଚାଇବାରେ ବାଧା ଉପୁଯାଉଥିବା ସହ ଟାର୍ଗେଟ କରି ଛତିଶଗଡ଼ ରାଜ୍ୟ ସହ ତୁଳନା କରି ଦେଖିବାକୁ କହି ଫେରି ଯାଇଛନ୍ତି ।
