ଉପଖଣ୍ଡସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳିତ
କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ଠାରେ ଉପଖଣ୍ଡସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଛି । ୭୬ତମ ସାଧାରଣ ତନ୍ତ୍ର ଦିବସ ସମାରୋହରେ ଉପଜିଲ୍ଲାପାଳ ବିବୁଧ ଗଡନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହାପରେ ପରେଡ ଅଭିବାଦନ ଗ୍ରହଣ କରିଛନ୍ତି।ନିଜ ଅଭିଭାଷଣରେ ମୁଖ୍ୟ ଅତିଥି କହିଛନ୍ତି ସମସ୍ତ ଭାରତୀୟଙ୍କ ପାଇଁ ଆଜି ଦିନ ସ୍ବତନ୍ତ୍ର ପର୍ବ । ଆଜିର ଦିନରେ ମହାନ ଜନନାୟକଙ୍କୁ ମନେପକାଇବା ଆମର ପରମ ସୁଯୋଗ ହୋଇଛି। ଦେଶର ଅଖଣ୍ଡତା ବଜାୟ ସହ ସୁଶାସନ ଯୋଗାଇବା ଦେବା ଆମର ଲକ୍ଷ୍ୟ ରହିଛି।ଏହା ସହିତ କହିଛନ୍ତି ସମ୍ବିଧାନକୁ ରକ୍ଷା କରିବାର ଦାୟିତ୍ବ ଆମ ସମସ୍ତଙ୍କର।ଏହାକୁ ସୁଚାରୁ ରୂପେ ତୁଲାଇବା ଦରକାର।ଆଜି ଏହି ପ୍ୟାରେଡରେ ମୋଟ ୪୩ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରିଙ୍କ ଦ୍ବାରା ଚିତାକର୍ଷକ ନୃତ୍ୟ ମଧ୍ୟ ଦେଖିବାକୁ ମିଳିଥିଲା।ଶେଷରେ କଳା,ଶିକ୍ଷା,ସମାଜର ଅଗ୍ରଗତି ପାଇଁ ଅଞ୍ଚଳ ପାଇଁ କାମ କରିବା ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିବିଶେଷ ମାନଙ୍କୁ ପୁରସ୍କୃତ କରାଯାଇଥିଲା।।
