କୋଟିନଡ଼ା ଥାନା ଅଧିକାରୀଙ୍କ ତତ୍ତ୍ବାବଧାନରେ ୭୬ତମ ସାଧାରଣତନ୍ତ୍ର ଦିବସର ଆୟୋଜନ

ଗଞ୍ଜାମ ଜିଲ୍ଲା କୋଟିନଡ଼ା (ଆସିକା) ତା ୨୬/୧ : କୋଟିନଡ଼ା ଥାନା ଅଧିକାରୀ ଶ୍ରୀମତୀ ଦୀପିକା ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଥାନା ପରିସର ମଧ୍ୟରେ ୭୬ତମ ସାଧାରଣତନ୍ତ୍ର ଦିବସ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆୟୋଜିତ ହୋଇଯାଇଛି।ଥାନା ଅଧିକାରୀଙ୍କ ଦ୍ବାରା ତ୍ରିରଙ୍ଗା ପତ୍ତାକା ଉତ୍ତୋଳନ କରାଯାଇଥିଲା। ଏହି ଅବସରରେ ଥାନାର କନଷ୍ଟବଳମାନଙ୍କ ଦ୍ବାରା ଏକ ଭବ୍ୟ ପ୍ୟାରେଡ ହୋଇଥିଲା। ନିଜର ଅଭିବାଦନ ବ୍ୟକ୍ତବ୍ୟରେ ଭ୍ରଷ୍ଟାଚାର ମୁକ୍ତ ଭାରତକୁ ସାକାର କରିବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଥିଲେ। ଭ୍ରଷ୍ଟାଚାର ସମାଜ ପାଇଁ ଏକ କଳଙ୍କ, ଏହାର ସମୂଳ ବିନାଶ ହିଁ ସମାଜ ପାଇଁ ଶୁଭଙ୍କର ବୋଲି ନିଜର ମତ ରଖିଥିଲେ ଶ୍ରୀମତୀ ରାୟ। ଦୋଷୀକୁ ନିଜର ଭୂଲ ପାଇଁ ଦଣ୍ଡବିଧାନକୁ ଶକ୍ତ କରିବା ପାଇଁ କହିଥିଲେ। କର୍ତ୍ତବ୍ୟ ପ୍ରତି ସଚ଼େତନତାର ଅଭାବ ଯୋଗୁଁ ଅପରାଧୀ ନିର୍ଦୋଷରେ ତଥା ଉନ୍ମୁକ୍ତରେ ବିଚ଼ରଣ କରୁଛନ୍ତି ବୋଲି ଆରକ୍ଷୀ କର୍ମଚାରୀମାନଙ୍କୁ କହିଥିଲେ। ଏଥି ପ୍ରତି ସଜାଗ ରହିବା ପାଇଁ ସମସ୍ତଙ୍କୁ ପ୍ରବର୍ତ୍ତାଇଥିଲେ ଶ୍ରୀମତୀ ରାୟ। ଆଜିର ସ୍ବନକ୍ଷତ୍ର ଅବସରରେ ସମସ୍ତ କର୍ମଚାରୀ ଥାନା ମଧ୍ୟରେ ଏକ ଭବ୍ୟତା ତଥା ସ୍ବଚ୍ଛତାର ପରିବେଶ ସୃଷ୍ଟି କରିବା ପାଇଁ ସଂକଳ୍ପ ନେଇଥିଲେ।

ଗଞ୍ଜାମ ଜିଲ୍ଲା ଆସିକା ରୁ ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *