ସାଧାରଣତନ୍ତ୍ର ଦିବସ, ଆଶୀର୍ବଚନ କାର୍ଯକ୍ରମ ଓ ଗ୍ରାମ ଦର୍ଶନ କାର୍ଯ୍ୟକ୍ରମ
ସ,ଶି. ବି.ମ ପୁରୁଣା ବଜାର, ଭଦ୍ରକର ସାଧାରଣତନ୍ତ୍ର ଦିବସ, ଗ୍ରାମ ଦର୍ଶନ କାର୍ଯ୍ୟକ୍ରମ ଓ ଦଶମ ଶ୍ରେଣୀ ଶିଶୁ ମାନଙ୍କର ଆଶୀର୍ବଚନ କାର୍ଯ୍ୟକ୍ରମ ଶିଶୁ ମନ୍ଦିର ପରିଶରରେ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ସଭାପତି ମାନ୍ୟ ଶ୍ରୀଯୁକ୍ତ ବିଜୟ କୁମାର ବହଳୀ ମହୋଦୟ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲା ବେଳେ ସଂପାଦକ ଶ୍ରୀ ଶିବଶଙ୍କର ଦାସ, କୋଷାଧ୍ଯକ୍ଷା ଶ୍ରୀମତୀ ଶକୁନ୍ତଳା ଦାସ, ସଭ୍ୟ ଶ୍ରୀ ପ୍ରଶାନ୍ତ କୁମାର ସାହୁ, ସଭ୍ୟା ଶ୍ରୀମତୀ କୌଶଲ୍ୟା ମହଲା ଯୋଗଦେଇଥିଲେ। ବରିଷ୍ଠ ଆଚାର୍ଯ୍ୟ ଶ୍ରୀ ଅଚ୍ୟୁତାନନ୍ଦ ପଣ୍ଡା ଅତିų ପରିଚୟ ରଖୁଥୁଲା ବେଳେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରାଜକିଶୋର ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।ଅନ୍ୟତମ ବରିଷ୍ଠ ଆଚାର୍ଯ୍ୟ ମନ୍ଦରଧର ସାହୁଙ୍କ ସଂଯୋଜନାରେ ଆଚାର୍ଯ୍ୟ ଅକ୍ଷୟ କୁମାର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଯୋଜନା ଆଧାରିତ ନବମ ଶ୍ରେଣୀ ଶିଶୁ ଭାଇ ଭଉଣୀ ମାନଙ୍କୁ ନେଇ ଗ୍ରାମ ଦର୍ଶନ ( ସାତ ଭଉଣୀ ମନ୍ଦିର) କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଆଶୀର୍ବଚନ କାର୍ଯ୍ୟକ୍ରମରେ ଦଶମ ଶ୍ରେଣୀ ଭାଇ ଭଉଣୀ ମାନେ ସେମାନଙ୍କର ଅନୁଭୂତି ରଖୁଥିଲେ। ସମସ୍ତ ଆଚାର୍ଯ୍ୟ/ ଆଚାର୍ଯ୍ୟା ଉପସ୍ଥିତ ଶିଶୁ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ
