ସ୍କୁଲ୍ ଶ୍ରେଣୀ ଗୃହ ପାଇଁ ଦାବିପତ୍ର
କୋଣାର୍କ – କୋଣାର୍କ ଅଞ୍ଚଳର ପ୍ରଥମ ସ୍କୁଲ ଆଶ୍ରମ ସ୍କୁଲ୍ ୧୯୫୮ ମସିହାରେ ତିଆରି ହୋଇଥିଲା । ଏ ସ୍କୁଲର ଅନେକ ସମସ୍ୟା ଥିଲେ ମଧ କିଛି ପରିମାଣରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । କିନ୍ତୁ ଏଠାରେ ଶିକ୍ଷକ ଅଭାବ ନାହାନ୍ତି ପାଠ ପଡ଼ିବାରେ କିଛି ଅସୁବିଧା ନାହିଁ କିନ୍ତୁ ପାଠ ପଡ଼ିବା ପାଇ ଶ୍ରେଣୀ ଗୃହ ନାହିଁ , ପିଲାଙ୍କ ସଂଖ୍ୟା ଅନୁସାରେ ସବୁ ଠାରୁ ବଡ଼ ସମସ୍ୟା ଘର ନାହିଁ । ସେଥି ପାଇଁ ସ୍କୁଲର ପରିଚାଳନା କମିଟିର ସଭାପତି ଅରୁଣା ମହାପାତ୍ର , ଶୁଭଶ୍ରୀ ମହାପାତ୍ର, ପ୍ରମୋଦ ଗୋଚ୍ଛାୟତ, ରାଜେଶ ଗୋଚ୍ଛାୟତ ଓ ଶିକ୍ଷକ ଦିଲ୍ଲୀପ ଦାସ, ଅଜୟ ପଟ୍ଟନାୟକ, ଗଗନ ନାୟକ ପ୍ରମୁଖ ଶ୍ରେଣୀ ଗୃହ ନିମନ୍ତେ ସ୍ଥାନୀୟ ବିଧାୟକ ତୁଷାରକାନ୍ତି ବେହେରା ଓ ସାଂସଦ ଡଃ ବିଭୁ ପ୍ରସାଦ ତରାଇଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।
