ବିଦ୍ୟାଳୟ ଆଗରେ ଥିବା ବିଦେଶୀ ମଦ ଦୋକାନରେ ମଦ୍ୟପଙ୍କ ଦୌରାତ୍ମ୍ୟ
ବିଦ୍ୟାଳୟ ଆଗରେ ଥିବା ବିଦେଶୀ ମଦ ଦୋକାନରେ ମଦ୍ୟପଙ୍କ ଦୌରାତ୍ମ୍ୟ, ମଦ ଦୋକାନ ସ୍ଥାନନ୍ତରଣ, କର ଅବା ମର ପରିସ୍ଥିତି ପାଇଁ ବିଭାଗୀୟ ଅଧିକାରୀ ଦାୟୀ ଚେତାବନୀହିଞ୍ଜିଳିକାଟୁ:-୧୨/୧୨ ଗଞ୍ଜାମ ଜିଲ୍ଲାର ଶେରଗଡ଼ ଅଂଚଳରେ ମଦ୍ୟପଙ୍କ ଦୌରାତ୍ମ୍ୟରେ ଶିକାର ହେଉଛନ୍ତି ବିଦ୍ୟାଳୟର ଛାତ୍ରଛାତ୍ରୀ। ଗୋଟିଏ ପଟେ ରାଜ୍ୟ ସରକାର ବିଦ୍ୟାଳୟର ଭିତ୍ତିଭୂମି ଏବଂ ଶିକ୍ଷାର ପରିପ୍ରକାଶ କରୁଥିବା ବେଳେ ଅନ୍ୟ ପଟରେ ବିଦ୍ୟାଳୟ ଆଗରେ ବିଦେଶୀ ମଦ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରିବା ସାଧାରଣ ଜନତାଙ୍କୁ ଅତିଷ୍ଠ କରି ପକାଇଛି

।ସୂଚନା ଅନୁଯାୟୀ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବାଲି ସାହି ନିକଟରେ ଥିବା ୟୁ ପି ସ୍କୁଲ ନିକଟରେ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ବିଦେଶୀ ମଦ ଦୋକାନ କରିବାକୁ ଲାଇସେନସ୍ ପ୍ରଦାନ କରିଛନ୍ତି। ଏହି ସ୍ଥାନରେ ମଦ ଦୋକାନ ଖୋଲିବା ପରଠାରୁ ସଂପୃକ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନା କମିବାରେ ଲାଗିଛି।ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀ ମଦ୍ୟପଙ୍କ ଶିକାର ହେଉଥିବା ବେଳେ ଛାତ୍ରଛାତ୍ରୀଙ୍କ ପରିବାର ଆଉ ସେମାନଙ୍କୁ ବିଦ୍ୟାଳୟକୁ ଛାଡିବାକୁ ଅନୁମତି ଦେଉ ନାହାନ୍ତି। ଫଳରେ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିବା ପିଲା ମାନଙ୍କ ପାଠ ପଢାରେ ଡୋରି ବନ୍ଧା ହୋଇ ଗଲାଣି। ଏହି ସମସ୍ତ କଥାକୁ ନେଇ ହିଞ୍ଜିଳି କଙ୍ଗ୍ରେସ ବିଧାୟକ ପ୍ରାର୍ଥୀ ତଥା ଆଇନଜୀବୀ ରଜନୀକାନ୍ତ ପାଢି ଶେରଗଡ଼ ବାଲି ସାହି ୟୁପି ସ୍କୁଲ ନିକଟରେ ଥିବା ମଦ ଦୋକାନକୁ ବନ୍ଦ କରିବାକୁ ଅଡି ବସିଛନ୍ତି। ଇତି ମଧ୍ୟରେ ଏହି ମଦ ଦୋକାନକୁ ବନ୍ଦ କରିବା ପାଇଁ ଶ୍ରୀ ପାଢି ହାଇକୋର୍ଟର ଦ୍ୱାରସ୍ଥ ହୋଇ ୨୮/୭/୨୦୨୩ ରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ମାନ୍ୟବର ଉଚ୍ଚନ୍ୟାୟାଳୟ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଶାସନ ଏହାକୁ କାର୍ଯ୍ୟକାରୀ କରିବାରେ ଅବହେଳା ପ୍ରଦର୍ଶନ କରିଆସୁଛନ୍ତି। ଅନ୍ୟ ପକ୍ଷରେ ଏହି ମଦ ଦୋକାନ ବନ୍ଦ କରିବାକୁ ମାନ୍ୟବର ଅଦାଲତ ୪/୯/୨୪ ରେ ପୁଣି ସ୍କୁଲ ନିକଟରେ ଥିବା ମଦ ଦୋକାନ ବନ୍ଦ କରିବାକୁ ବିଜ୍ଞପ୍ତି ଜାରି କରିଥିଲେ।ବର୍ତମାନ ଦୋକାନ ଖୋଲିଥିବା ମାଲିକ ନିଜର ଦବଦବା ଜାରୀ ରଖିବା ସହ ଅବକାରୀ ବିଭାଗର ଅଧିକାରୀ ମାନଙ୍କୁ ନିଜର ହାତ ବାରିସୀ କରି ରଖିଥିବା ଅସମର୍ଥିତ ସୂତ୍ରରୁ ଜଣାଯାଇଛି। ଅନ୍ୟ ପକ୍ଷରେ ମାନ୍ୟବର ଉଚ୍ଚନ୍ୟାୟାଳୟ ରାୟ ପରେ ସ୍କୁଲ ନିକଟରେ ଥିବା ମଦ ଦୋକାନ ବନ୍ଦ ନ ହେବାପରେ ହିଞ୍ଜିଳି କଙ୍ଗ୍ରେସ ବିଧାୟକ ପ୍ରାର୍ଥୀ ତଥା ଆଇନଜୀବୀ ରଜନୀକାନ୍ତ ପାଢି ବୁଧବାର ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଅଭିଯୋଗ ଦାଖଲ କରିଥିବା କହିଛନ୍ତି। ତୁରନ୍ତ ଏହି ମଦ ଦୋକାନକୁ ବନ୍ଦ କରିବା ସହ ଜାଲ କାଗଜପତ୍ର ଦେଇ ଏହି ଦୋକାନ ପାଇଁ ଲାଇସେନ୍ସ ହାତେଇଥିବା ମାଲିକଙ୍କୁ ତୁରନ୍ତ ଗିରଫ କରିବାକୁ ସର୍ବସାଧାରଣରେ ଦାବି ହୋଇଛି। ନଚେତ କର ଅବା ମର ପରିସ୍ଥିତି ସୃଷ୍ଟି ହେଲେ ସେଥିପାଇଁ ଅଂଚଳବାସୀ ଦାୟୀ ରହିବେ ନାହିଁ ବୋଲି ଶ୍ରୀ ପାଢି ଚେତାବନୀ ଦେଇଛନ୍ତି।
