ଶିକ୍ଷକ ମାନଙ୍କର ଡ୍ରାଫ୍ଟ କ୍ୟାଡର ନିୟମ ତୁରନ୍ତ ଲାଗୁ ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ

ଆନନ୍ଦପୁର , ତାରିଣୀ ବାଳିକା ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ତଥା ଓଡିଶା ହିନ୍ଦୀ ଶିକ୍ଷକ ସଂଘ ର କାର୍ଯ୍ୟ କାରି ସଭାପତି ଶ୍ରୀ ଅଶୋକ କୁମାର ନାଥ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଙ୍କୁ ଭେଟି ଓଡିଶାରେ ସେକେଣ୍ଡାରି ସ୍କୁଲ ମାନଙ୍କରେ ଟ୍ରେଣ୍ଡ ସ୍କେଲ ପାଇ କାର୍ଯ୍ୟରତ ହିନ୍ଦୀ ସଂସ୍କୃତ ପଢ଼ାଉଥି ବା ଶିକ୍ଷକ ମାନଙ୍କୁ ତୁରନ୍ତ ଡ୍ରାଫ୍ଟ କ୍ୟାଡର ନିୟମ ପ୍ରଚାଳନ କରି ଥିବା ଦାବୀ କରି ଥିବା ଜଣାପଡ଼ିଛି l 2017 ମସିହାରେ ତତ୍କାଳୀନ ଶିକ୍ଷାମନ୍ତ୍ରୀ ଙ୍କ ଅନୁମୋଦନ ପାଇ ଥିଲେ ହେଁ ପ୍ରଶାସନିକ ଅସହଯୋଗ ଯୋଗୁଁ ଫାଇଲ କାମ କଚ୍ଛପ ଗତି ରେ ଚାଲୁ ଥିଲା l ନୂତନ ଲୋକପ୍ରିୟ ସରକାର ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଶ୍ରୀ ନାଥ ବହୁ ବାର ଉକ୍ତ ଦାବୀ ସମ୍ବନ୍ଧେ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଙ୍କ ସଦିଚ୍ଛା ଏଥି ପ୍ରତି ଥିବା ଜାଣି ସଚିବାଳୟ ରେ ଫାଇଲ ର ଶେଷ ସ୍ପର୍ଶ ମିଳିବାକୁ ଯାଉ ଥିବା ଜଣାପଡ଼ିଛି l 2012 ମସିହାରେ ଅଶୋକ କୁମାର ନାଥ ରାଜ୍ୟ ସଂଘ ର ସାଧାରଣ ସମ୍ପାଦକ ଦାୟିତ୍ଵ ଗ୍ରହଣ କରି କ୍ୟାଡର ନିୟମ ସଂଶୋଧନ ପାଇଁ ବହୁ ପ୍ରଚେଷ୍ଟା କରି ଥିଲେ ହେଁ ପୂର୍ବ ସରକାର ଏଥି ପ୍ରତି ଧ୍ୟାନ ନ ଦେବା ଯୋଗୁଁ ବହୁ ହିନ୍ଦୀ ଶିକ୍ଷକ ସ୍କୁଲରେ ବହୁ ପ୍ରକାରର ନିର୍ଯ୍ୟାତନା ସହି ଅବସର ନେଇ ସାରିଲେଣି l 2022 ରୁ କାର୍ଯ୍ୟ କାରୀ ସଭାପତି ହୋଇ ସାରା ରାଜ୍ୟରେ ହିନ୍ଦୀ ସହିତ ସଂସ୍କୃତ ଶିକ୍ଷକ ଙ୍କୁ ସଙ୍ଗଠିତ କରି ମୋହନ ସରକାର ରେ କ୍ୟାଡର କାର୍ଯ୍ୟ ତ୍ୱରାନ୍ୱିତ ହୋଇ ଥିବା ଯୋଗୁଁ ଖୁବ୍ କମ୍ ସମୟ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ ଲାଭ କରିବ ବୋଲି ଆଶା ବାନ୍ଧିଛନ୍ତି ଓ ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିଶ୍ରୁତି ପାଇଛନ୍ତି ଅଶୋକ l

Leave a Reply

Your email address will not be published. Required fields are marked *