ମାନସିକ ଅନଗ୍ରସର ମହିଳାଙ୍କୁ ଉଦ୍ଧାର ଓ ଥଇଥାନ
ରାୟଗଡ଼ା-୩୧/୭-ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀଙ୍କ ନିର୍ଦ୍ଦେଶ କ୍ରମେ ଜଣେ ମାନସିକ ଅନଗ୍ରସର ଭିନ୍ନକ୍ଷମ ମହିଳା ଆଲାଜିଙ୍ଗ ପାର୍ବତୀଙ୍କୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ ଏବଂ ଭାରପ୍ରାପ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପ୍ରଭାତ କୁମାର ଶବରଙ୍କ ମିଳିତ ସହଯୋଗରେ ଉଦ୍ଧାର କରାଯାଇ ସ୍ଵତନ୍ତ୍ର ବାହନ ଯୋଗେ ମାଲକାନଗିରି ସ୍ଥିତ ମିଶନ ଆଶ୍ରା ପୁନର୍ବାସ କେନ୍ଦ୍ରରେ ଥଇଥାନ କରାଯାଇଅଛି । ବିଗତ କିଛି ଦିନ ହେଲା ଏହି ମହିଳା କୋଲନରାସ୍ଥିତ କାମ୍ପ ସାହିରେ ଆତଙ୍କ

ସୃଷ୍ଟି କରିବା ଓ କୌଣସି ବ୍ୟକ୍ତିକୁ ଆଘାତ କାରବାର ସମ୍ଭାବନା ଥିବା ସେଠାକାର ସାହି ବାସିନ୍ଦା ଓ ସରପଞ୍ଚ ଲିଖିତ ଆକାରରେ ଜଣାଇଥିଲେ। ଗୁରୁବାର ଦିନ ରୀନା ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ କୋଲନରା, ଏ. ଧବଳେଶ୍ଵର ନାଇଡୁ, ଜିଲ୍ଲା ପରିଷଦ ସଭ୍ଯ , ବିଜୟ ଲକ୍ଷ୍ମୀ ନିଶାଙ୍କ, ଶିଶୁ ବିକାଶ ଯୋଜନା ଅଧିକାରୀ, ଜ୍ୟୋତ୍ସ୍ନା କୁମାରୀ ବିଡିକା, ମହିଳା ପରିଦର୍ଶିକା ଓ ଓଡିଶା ପୋଲିସ ସହଯୋଗରେ ଏହି ମାନସିକ ଅନଗ୍ରସର ଭିନ୍ନକ୍ଷମ ମହିଳାକୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ଅଣାଯାଇ ଡ. ପ୍ରଦୀପ୍ତ କୁମାର ସୁବୁଦ୍ଧି, ତାଲିମପ୍ରାପ୍ତ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସକ, ସମରଜିତ ଖୁଣ୍ଟିଆ, ମାନସିକ ଗୋଷ୍ଠୀ ପର୍ଯ୍ୟବେକ୍ଷକ, ପୂର୍ଣ୍ଣଚନ୍ଦ୍ର କାଦମ୍ବାଲୁ, ମାନସିକ ସାମାଜିକ କର୍ମୀଙ୍କ ସହଯୋଗରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଲକାନଗିରି ସ୍ଥିତ ମିଶନ ଆଶ୍ରା ପୁନର୍ବାସ କେନ୍ଦ୍ରରେ ଥଇଥାନ କରାଗଲା ।
ରlୟଗଡା ନୃସିଂହ ଚରଣ ବାରିକଙ୍କ ରିପୋର୍ଟ
