ବ୍ରହ୍ମପୁର ମହାନଗର ନିଗମରେ ମିଶ୍ରଣ ସପକ୍ଷରେ ବଡକୁଶସ୍ଥଳି ପଞ୍ଚାୟତର ବଡ଼ ଗୁମୁଳା ଗ୍ରାମ ବାସୀଙ୍କ ଜିଲ୍ଲାପାଳଙ୍କ ଉଦ୍ଧେଶ୍ବରେ ପ୍ରସ୍ତୁତ

ବ୍ରହ୍ମପୁର, ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ସହର ସନ୍ନିକଟ ତଥା ପାର୍ଶ୍ଵବର୍ତ୍ତୀ ପଞ୍ଚାୟତକୁ ବ୍ରହ୍ମପୁର ମହାନଗର ନିଗମରେ ମିଶ୍ରଣ ସପକ୍ଷରେ ଜନମତ ସଂଗଠିତ କରିବା ଉଦ୍ଧେଶ୍ଵରେ ଚାଲିଥିବା ଅଭିଯାନ ଫର୍ଦରେ ଆଜି ଆଉ ଏକ ବିଶେଷତ୍ଵ ଯୋଡ଼ି ହେଇଛି। ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବଡ଼ କୁଶସ୍ଥଳି ଗ୍ରାମ ପଞ୍ଚାୟତର ବଡ଼ ଗୁମୁଳା ଗ୍ରାମବାସୀଙ୍କ ଏକ ପ୍ରତିନିଧି ମଣ୍ଡଳୀ ଆଜି ବଡ କୁଶସ୍ଥଳି ଗ୍ରାମ ପଞ୍ଚାୟତରେ ପହଞ୍ଚି ବଡ଼ ଗୁମୁଳା ଗ୍ରାମକୁ ବ୍ରହ୍ମପୁର ମହାନଗର ନିଗମରେ ମିଶ୍ରଣ ନେଇ ଗ୍ରାମର ୱାର୍ଡ ମେମ୍ବର ଓ ଗ୍ରାମ ବାସୀଙ୍କ ଦ୍ୱାରା ଜିଲ୍ଲାପାଳଙ୍କ ଉଦ୍ଧେଶ୍ଵରେ ପ୍ରସ୍ତୁତ ଓ ପାରିତ ଇଚ୍ଛା ସଂକଳ୍ପ ପତ୍ରକୁ ସ୍ଥାନୀୟ ସରପଞ୍ଚ ସୁନିତା ସେଠୀଙ୍କୁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ସାକ୍ଷାତ କରି ପ୍ରଦାନ କରିଥିଲେ। ବଡ ଗୁମୁଳା ଗ୍ରାମକୁ ବିଏମସିରେ ସାମିଲ କରିବା ସକାଶେ ବିହିତ ପଦକ୍ଷେପ ନେବାକୁ ସେମାନେ ସ୍ଥାନୀୟ ସରପଞ୍ଚଙ୍କୁ ଅନୁରୋଧ କରିବା ସହ ମିଶ୍ରଣ ସପକ୍ଷରେ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ଚାଲିଥିବା ଅଭିଯାନକୁ ସମର୍ଥନ କରି ଇତିମଧ୍ୟରେ ଅନେକ ପଞ୍ଚାୟତ ଇଚ୍ଛା ସଙ୍କଳ୍ପ ପତ୍ର ପାରିତ କରି ଦାଖଲ କରିଥିବା ଦୃଷ୍ଟିରୁ ସଂପୂର୍ଣ୍ଣ ବଡ଼ କୁଶସ୍ଥଳିର ପଞ୍ଚାୟତ ତରଫରୁ ଏ ନେଇ ଏକ ଇଚ୍ଛା ସଙ୍କଳ୍ପ ପତ୍ର ପାରିତ କରି ଦେଉ ବୋଲି ସରପଞ୍ଚଙ୍କ ନିକଟରେ ଗ୍ରାମ ବାସୀ ନିଜ ଆବେଦନ ରଖିଥିଲେ।

ଏହା ପୁର୍ବରୁ ବଡ଼ କୁଶସ୍ଥଳି ଗ୍ରାମ ପଞ୍ଚାୟତର ସାନ କୁଶସ୍ଥଳି ଗ୍ରାମ ବିଏମସିରେ ମିଶିବା ନିମନ୍ତେ ୨୦୨୦ ମସିହାରେ ଇଚ୍ଛା ସଂକଳ୍ପ ପତ୍ର ପାରିତ କରି ଦେବା ସହ ଉକ୍ତ ଗ୍ରାମର ମିଶ୍ରଣ ନେଇ ତତ୍ କାଳୀନ ରାଜ୍ଯ ସରକାରଙ୍କ ଦ୍ୱାରା ବିଜ୍ଞପ୍ତି ବାହାରି ସାରିଛି । ବର୍ତ୍ତମାନ ଉକ୍ତ ପଞ୍ଚାୟତର ବଡ଼ ଗୁମୁଳା ଗ୍ରାମ ମହାନଗର ନିଗମରେ ମିଶିବା ନିମନ୍ତେ ରେଜୋଲୁସନ ଦାଖଲ କରିଥିବାରୁ ସ୍ଥାନୀୟ ସରପଞ୍ଚ ମିଶ୍ରଣ ନେଇ ଖୁବ୍ ଶୀଘ୍ର ପଞ୍ଚାୟତ ତରଫରୁ ଏକ ଇଚ୍ଛା ସଂକଳ୍ପ ପତ୍ର ପାରିତ କରି ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ ଏବଂ ଏ ନେଇ ବିହୀତ ଜିଲ୍ଲାପାଳଙ୍କୁ ପଦକ୍ଷେପ ନେବାକୁ jଅନୁରୋଧ କରାଯିବ ବୋଲି କହିଥିଲେ। ଉକ୍ତ ପଞ୍ଚାୟତର ଦୁଇଟି ଗ୍ରାମରେ ମିଶ୍ରଣ ସପକ୍ଷରେ ଜନମତ ସୃଷ୍ଟି ହେଇଥିବାରୁ ସଂପୂର୍ଣ୍ଣ ବଡ଼ କୁଶସ୍ଥଳି ଗ୍ରାମ ପଞ୍ଚାୟତର ବିଏମ୍ ସି ରେ ସାମିଲ ସକାଶେ ପଞ୍ଚାୟତ ବୈଠକ ଡାକି ରେଜୋଲୁସନ ପାରିତ କରିବ ବୋଲି ସରପଞ୍ଚ ପ୍ରତିନିଧି ଶଙ୍କର ସେଠୀ ପ୍ରତିନିଧି ମଣ୍ଡଳୀକୁ ପ୍ରତିଶ୍ରୁତି ଦେଇଥିବା କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ୨୦୦୮ ଗେଜେଟ୍ ବିଜ୍ଞପ୍ତି ପତ୍ରରେ ଯେଉଁ ୧୮ ଟି ପଞ୍ଚାୟତ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ନେଇ ଉଲ୍ଲେଖ ଅଛି ସେଥିମଧ୍ୟରୁ ବଡ଼ କୁଶସ୍ଥଳି ଗ୍ରାମ ପଞ୍ଚାୟତ ଅନ୍ୟତମ। ପ୍ରତିନିଧି ମଣ୍ଡଳୀରେ କମିଟି ସଦସ୍ୟ ଥିବା ଉକ୍ତ ଗ୍ରାମର ଲକ୍ଷ୍ମୀ କାନ୍ତ ଜେନା , ସମିତି ସଭ୍ୟ ପ୍ରତିନିଧି ଟୁନା ସେଠୀ, ନିଳାଞ୍ଚଳ ଜେନା, ରାମକ୍ରିଷ୍ଣ ପାତ୍ର, ବିଶ୍ଵନାଥ ବେହେରା, ଚୈତନ୍ୟ ରାଉତ, ଜଗବନ୍ଧୁ ପଟ୍ଟନାୟକ, କାଳୁ ପାତ୍ର, ସୁଶାନ୍ତ ବିଷୋୟୀ, ସନ୍ତୋଷ ନାହାକ ଓ ବାବୁଲା ଦାସ ପ୍ରମୁଖ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *