ବନ୍ଧୁଙ୍କ ସହ ସାମାଜିକ କ୍ଷେତ୍ରକୁ ଓହ୍ଲାଇଲେ ଅବସରପ୍ରାପ୍ତ କଲେଜ ଅଧକ୍ଷ।

ରଘୁନାଥପୁର:-୩/୯:- ରଘୁନାଥପୁର ବ୍ଲକ ଛପଡା ପଞ୍ଚାୟତ ମିଶ୍ରସାହିର ଜଣାଶୁଣା ଶିକ୍ଷାବିତ ତଥା ନିଆଳି ବ୍ଲକ କସରଦା ସ୍ଥିତ ଦୋଳଗୋବିନ୍ଦ ବ୍ରଜକିଶୋର ମହାବିଦ୍ୟାଳୟରୁ ଗତ ଶନିବାର ଅବସର ନେଇଥିବା ଅଧକ୍ଷ ଶାନ୍ତନୁ ମିଶ୍ର ନିଜ ବନ୍ଧୁମାନଙ୍କ ସହ ସାମାଜିକ କ୍ଷେତ୍ରକୁ ଓହ୍ଲାଇ ମାନବ ସେବାରେ ବ୍ରତୀ ହୋଇଛନ୍ତି।ଏହି ଅବସରରେ ନାଲିବାର ହାଇସ୍କୁଲ ୧୯୮୦ ବ୍ୟାଚର ସହପାଠୀମାନେ ଶିକ୍ଷାବିତ ମିଶ୍ରଙ୍କୁ ଶୁଭେଚ୍ଛା ଜଣାଇବା ସହ ବାକି ଜୀବନ ସାମାଜିକ କ୍ଷେତ୍ରରେ ବିନିଯୋଗ ପାଇଁ ଆହ୍ଵାନ କରିଛନ୍ତି।ଏହି ଉପଲକ୍ଷେ ଆୟୋଜିତ ଏକ ବୈଠକରେ ଶିକ୍ଷାବିତ ମିଶ୍ର ମହାବିଦ୍ୟାଳୟରେ ଦୀର୍ଘ ୩୭ ବର୍ଷର ଅଧ୍ୟାପନା ମଧ୍ୟରେ ଛାତ୍ରୀଛାତ୍ର,ସହକର୍ମୀ ଓ ଅଭିଭାବକଙ୍କ ଭଲପାଇବା ତାଙ୍କ ପାଇଁ ସ୍ମରଣୀୟ ବୋଲି ପ୍ରକାଶ କରିଛନ୍ତି।ତେବେ ସେବା ଓ ତ୍ୟାଗ ଜୀବନର ଦୁଇଟି ଆଧାର ଓ ଏହାକୁ ପାଥେୟ କରି ଅବସର ପର ଜୀବନ ବିତାଇବା ପାଇଁ ବନ୍ଧୁଙ୍କ ଗହଣରେ ସେ ସଂକଳ୍ପ କରିଥିଲେ।ଏହି ଅବସରରେ ସହପାଠୀ ଖବରଦାତା ଅମରନାଥ ପରିଡା,ଅହିନୁଲ ଖାଁ, ମନୋଜ ବିଶ୍ବାଳ, ନାରାୟଣ ନାୟକ,ରାଜକିଶୋର ପରିଡା,ମଞ୍ଜୁଲତା ବେହେରା,ପ୍ରେମଲତା ବାରିକ,କିରଣ ମାନହୋରି,ଅଶୋକ ମଲ୍ଲ,ଦିବାକର ସ୍ବାଇଁ,ବିମଳା ସାହୁ ଓ ମହମ୍ମଦ ସୋଫିଆନ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Leave a Reply

Your email address will not be published. Required fields are marked *