କର୍ମଚାରୀ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
କର୍ମଚାରୀ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ପୁରୀ ୩୧/୭ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସାଧାରଣ ବିବିଧ ବିଭାଗ ରେ କାର୍ଯ୍ୟରତ ବରିଷ୍ଠ ରାଜସ୍ବ ସହାୟକ ଝରାଶ୍ରୀ ମହାନ୍ତି ଙ୍କୁ ଆଜି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ.ଶରତ ଚନ୍ଦ୍ର ମହାପାତ୍ର ଝରାଶ୍ରୀ ଙ୍କ କାର୍ଯ୍ୟ ଦକ୍ଷତା, ବିଶ୍ବସନିୟତା ସମୟାନୁବର୍ତ୍ତିତା ସମସ୍ତଙ୍କ ପାଇଁ ଅନୁକରଣୀୟ ବୋଲି କହିଥିଲେ।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଝରାଶ୍ରୀ ଙ୍କ କାର୍ଯ୍ୟାବଳୀ ପ୍ରଶଂସନୀୟ।ସେ ଜଣେ ନିଷ୍ଠାପର ଓ ସମର୍ପିତ କର୍ମଚାରୀ ଥିଲେ। ବର୍ତ୍ତମାନ ଓ ଆଗାମୀ ପିଢ଼ି ର କର୍ମଚାରୀ ମାନଙ୍କ ପାଇଁ ପ୍ରେରଣା ର ଉତ୍ସ ବୋଲି ଶ୍ରୀ ବେହେରା କହିଥିଲେ।ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ପ୍ରଶାନ୍ତ ଜେନା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଟିଆରଓ ସୌମ୍ୟଶ୍ରୀ ଦାଶ ପ୍ରମୁଖ ଝରାଶ୍ରୀ ଙ୍କ କର୍ମ ତତ୍ପରତା, ସୁନ୍ଦର ବ୍ୟବହାର ଓ ଅନ୍ୟ ମାନଙ୍କ ପ୍ରତି ଭଲ ପାଇବା ସମ୍ପର୍କରେ ଆଲୋକପାତ କରିଥିଲେ।ସମସ୍ତେ ତାଙ୍କର ଅବସର ପରବର୍ତ୍ତୀ ଜୀବନ ସୁସ୍ଥ ଓ ଶାନ୍ତି ପ୍ରଦ ହେଉ ବୋଲି କାମନା କରିଥିଲେ।
ନିଜ ପ୍ରତିକ୍ରିୟା ରେ ଶ୍ରୀମତୀ ମହାନ୍ତି ତାଙ୍କର ଚାକିରୀ ଜୀବନରେ ସେ ସବୁବେଳେ ଶିଖିବାକୁ ଚେଷ୍ଟା କରିଛନ୍ତି, ବିଭାଗର କାର୍ଯ୍ୟ କୁ ସଠିକ ପରିଚାଳନା କରିଛନ୍ତି ଓ ନିଜ କାର୍ଯ୍ୟ କୁ ଉପଭୋଗ କରିଛନ୍ତି।ଯାହା ତାଙ୍କୁ ଆନନ୍ଦ ଓ ସନ୍ତୁଷ୍ଟି ଦେଇଛି ବୋଲି କହିଥିଲେ।ଶ୍ରୀମତୀ ମହାନ୍ତି ଙ୍କୁ ବିଦାୟ ସମ୍ବର୍ଦ୍ଧନା ସହ ପେନସନ ପେପର ମଧ୍ୟ ପ୍ରଦାନ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ରାଜସ୍ବ ଅମଲା ସଂଘ ସମ୍ପାଦକ ପ୍ରଣବ ଚିନାରା, କର୍ମଚାରୀ ତ୍ରିଲୋଚନ ସ୍ବାଇଁ, ପ୍ରବିର ବିଶ୍ବାଳ,ଜୀତେନ୍ଦ୍ର ସେଠୀ, ପ୍ରିୟଙ୍କା ମହାନ୍ତି,ମନୋରମା ସାହୁ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଯୋଗ ଦେଇ ଶ୍ରୀମତୀ ମହାନ୍ତି ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ।
