ଜନ୍ମମାଟି ରେ ବିପୁଳ ସ୍ୱାଗତ ଜଣାଇଲେ ଅବସର ପ୍ରାପ୍ତ ସେନାକର୍ମଚାରୀ ଓ ସ୍ଥାନୀୟ ଲୋକେ
କାମାକ୍ଷାନଗର -ଦୀର୍ଘ ୩୦ ବର୍ଷ ର ସେନା ଜୀବନ ରୁ ଅବସର ନେବା ପରେ ଘରକୁ ଫେରିଲେ ସୁବେଦାର ଶୁଭ୍ରାଂଶୁ ଶେଖର ଦାଶ l ଭାରତୀୟ ଆର୍ମି ରେ ସୁବେଦାର ଭାବେ କାର୍ଯ୍ୟ କରି ଅବସର ନେବା ପରେ ନିଜ ଜନ୍ମମାଟି କାମାକ୍ଷାନଗର ରେ ତାଙ୍କୁ ମିଳିଛି ବିପୁଳ ସମ୍ବର୍ଦ୍ଧନା l କାମାକ୍ଷାନଗର ବ୍ଲକ ଜିରିଡ଼ାମାଳି ର ବାସିନ୍ଦା ଶୁଭ୍ରାଂଶୁ ଙ୍କୁ ପାଛୋଟି ଆଣିବା ପାଇଁ ଉତ୍ସାହ ର ସହ ଅପେକ୍ଷା କରିଥିଲେ ଅଞ୍ଚଳ ବାସୀ l ସ୍ଥାନୀୟ ମହିମା ଟୁଙ୍ଗି ନିକଟ ରୁ ଏକ ଭବ୍ୟ ବାଇକ ଶୋଭାଯାତ୍ରା ରେ ଶୁଭ୍ରାଂଶୁ ଙ୍କୁ ସହର ପରିକ୍ରମା କରଯାଇଥିବା ବେଳେ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l କାମାକ୍ଷାନଗର ଅବସର ପ୍ରାପ୍ତ ସୈନିକ ସଙ୍ଘ, ସାମ୍ବାଦିକ ସଙ୍ଘ ଓ ବହୁ ସ୍ଥାନୀୟ ଜନସାଧାରଣ ଶୁଭ୍ରାଂଶୁ ଙ୍କୁ ସ୍ୱାଗତ କରିବା ସହ ବାଜା ବଜାଇ ଶୋଭାଯାତ୍ରା କରି ସହର ପରିକ୍ରମା କରାଇଥିଲେ l ପରେ ସ୍ଥାନୀୟ ସୈନିକ ସଙ୍ଘ କାର୍ଯ୍ୟାଳୟ ଠାରେ ଅବସର ପ୍ରାପ୍ତ ସୈନିକ ସଙ୍ଘ ତରଫରୁ ଶୁଭ୍ରାଂଶୁ ଓ ତାଙ୍କ ପତ୍ନୀ ଙ୍କୁ ସମର୍ଦ୍ଧିତ କରାଯାଇଥିଲା l ଦୀର୍ଘ ବର୍ଷ ଧରି ଭାରତୀୟ ଆର୍ମି ରେ କାର୍ଯ୍ୟ କରି ଦେଶମାତୃକା ର ସେବା କରିବାର ସୁଯୋଗ ପାଇଥିବା ରୁ ନିଜ କୁ ବେଶ ଭାଗ୍ୟବାନ ମନେ କରିଛନ୍ତି ଶୁଭ୍ରାଂଶୁ l
