ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ଗୋପ – ଗୋପ ବ୍ଲକ ଅନ୍ତର୍ଗତ ନୟାହାଟ କଦମ୍ବପାଟଣା ରାଧା ଦାମୋଦର ବିଦ୍ୟାପୀଠ ପରିସରରେ ବୁଧବାର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ସ୍ଵାଇଁ ଓ କନିଷ୍ଠ କିରାଣୀ ଶ୍ରୀଯୁକ୍ତ ରାଜକିଶୋର ଜେନାଙ୍କର ଅବସରକାଳୀନ ସମ୍ବଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ କୁମାର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋପ ମଣ୍ଡଳ ଶିକ୍ଷାଧିକାରୀ ପ୍ରମୋଦ କୁମାର କର, ମୁଖ୍ୟବକ୍ତା ପ୍ରକାଶ ଚନ୍ଦ୍ର ପରିଡା, ବିଶିଷ୍ଟ ଅତିଥି କୈଳାସ ଚନ୍ଦ୍ର ଦାଶ, ସମ୍ମାନୀତ ଅତିଥି ପ୍ରାଧ୍ୟାପକ ପ୍ରସନ୍ନ କୁମାର ସ୍ବାଇଁ, ଇଶାଣପୁର ଗ୍ରା.ପ ସରପଞ୍ଚ ବିନୋଦିନୀ ପାଳ, ସମିତି ସଭ୍ୟା ଶୁଭାସିନୀ ପାତ୍ର, ପ୍ରାକ୍ତନ ସାଧାରଣ ସମ୍ପାଦକ ଓଷ୍ଟା ପ୍ରକାଶ ଚନ୍ଦ୍ର ମହାନ୍ତି, ଶଙ୍କର କୁମାର ସୁବୁଦ୍ଧି, ବିଭୂଦତ୍ତ ନାୟକ, ଦେସ୍ଥଳୀ ପୂର୍ବତନ ସରପଞ୍ଚ ହରିଶ୍ଚନ୍ଦ୍ର ମହାନ୍ତି , ସମାଜସେବୀ ମକରଧ୍ୱଜ ସ୍ବାଇଁ ବିଶିଷ୍ଟ , ଅଶୋକ କୁମାର ବେହେରା,ବିଚିତ୍ରାନନ୍ଦ ପାତ୍ର,ରମେଶ ଚନ୍ଦ୍ର ବିଶ୍ୱାଳ,ଅରବିନ୍ଦ ସାହୁ , ଜ୍ଞାନ ରଞ୍ଜନ ସାହୁ, ପ୍ରଶାସକ ପ୍ରଭାତ ତରାଇ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନେ ବିଦାୟୀ ପ୍ରଧାନ ଶିକ୍ଷକ ଓ କିରାଣୀଙ୍କ ବିଗତ କାର୍ଯ୍ୟଧାରା ଓ ଆଦର୍ଶ ଶିକ୍ଷକ ଜୀବନ ଉପରେ ଆଲୋକପାତ କରିବା ସହ ତାଙ୍କ ଗୁଣଗାନ କରି ତାଙ୍କର ଅବସର ଜୀବନ ସୁଖମୟ ପାଇଁ ପ୍ରାର୍ଥନା କରିଥିଲେ। ପରିଶେଷରେ ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉଭୟଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ପରିଚାଳନା କମିଟି ସଭ୍ୟ,ସଭ୍ୟା , ପୁରାତନ ଛାତ୍ରଛାତ୍ରୀ ଓ ଅଧୟନରତ ଛାତ୍ରଛାତ୍ରୀ ବୃନ୍ଦ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *