ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

୫/୯/୨୫,ନୟାଗଡ। TPCODL ର ବିଶିଷ୍ଟ ଓ କର୍ତ୍ତବ୍ୟନିଷ୍ଟ, ଶାନ୍ତ, ସରଳ, ପରୋପକାରୀ ମୂଖ୍ୟ ଅପରେଟିଭ ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ସିଂ ମହୋଦୟଙ୍କ ଚାକିରିରୁ ଅବସର ଗ୍ରହଣ କରିବା ଅବସରରେ ନୟାଗଡ ଜିଲ୍ଲା ବିଦ୍ୟୁତ୍ ଦେୟ ସଂଗ୍ରହ କରୁଥିବା ମହିଳା ସ୍ଵଂୟ ସହାୟିକା ଗୋଷ୍ଠୀ ସଂଘ ଙ୍କ ଅୟୋଜନ କ୍ରମେ ନୟାଗଡ ସ୍ଥିତ DRDA ସମ୍ମିଳନୀ କକ୍ଷରେ ବିଦାୟକାଳୀନ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ମହାପାତ୍ର, SDO ପ୍ରତ୍ୟୁଷ ରଞ୍ଜନ ସାହୁ, SDO ତନ୍ମୟୀ ପୃଷ୍ଟି, SDO ମୋତି ଲାଲ ମହାନ୍ତ, ଏବଂ SDO ଅନିଲ କୁମାର ସାହୁ ଇତ୍ୟାଦି ଏ ଉତ୍ସବରେ ବରେଣ୍ୟ ଅତିଥି ଭାବେ ଯୋଗ ଦାନ କରି ଶ୍ରୀଯୁକ୍ତ ସିଂ ମହୋଦୟଙ୍କ ସାମାଜିକ ପ୍ରତିବଦ୍ଧତା, ଦାୟିତ୍ୱ, ଶୃଙ୍ଖଳା ଓ ଟିମ୍ ପରିଚାଳନା ତଥା ସେବା ଓ ତ୍ୟାଗ କୁ ଉଚ୍ଚ ପ୍ରଶଂସା କରିବା ସହିତ ତାଙ୍କର ଦୀର୍ଘାୟୁ କାମନା କରିଥଲେ।TPCODL ନୟାଗଡର ସମସ୍ତ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ଆଭା ଶକ୍ତି ଏ ଉତ୍ସବ ରେ ଯୋଗଦାନ କରି ଶ୍ରୀଯୁକ୍ତ ସିଂ ମହୋଦୟଙ୍କ ଚାକିରୀ ଜୀବନରେ ସମସ୍ତଙ୍କୁ ଦେଇଥିବା ପ୍ରେରଣା ଓ ତାଙ୍କର ଗଠନ ମୂଳକ ପରାମର୍ଶ ତଥା ସେବାକୁ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ନିଜର ଦାୟିତ୍ୱ ସମ୍ପାଦନ କରିବା ପାଇଁ ଅନୁରୋଧ କରିଥିଲେ।ଶେଷରେ ଶ୍ରୀଯୁକ୍ତ କଳିଙ୍ଗ କେଶରୀ ଚାନ୍ଦ TPCODL,ନୟାଗଡ ମହୋଦୟ ଯୋଗଦାନ କରିଥିବା ସମସ୍ତ ଅତିଥି ଓ ଉପସ୍ଥିତ ବୁଦ୍ଧିଜୀବୀ, ମହିଳା ସ୍ଵଂୟ ସହାୟିକା ଗୋଷ୍ଠୀ ଓ ସାମ୍ବାଦିକଙ୍କୁ ଧନ୍ୟବାଦ ଅର୍ପଣ l

Leave a Reply

Your email address will not be published. Required fields are marked *