ଅବସର କାଳୀନ ସମ୍ବର୍ଦ୍ଧନା ଦିବସ ପାଳିତ

ଉଦଳା ତା ୧/୩ ମୟୁରଭଞ୍ଜ ଜିଲ୍ଲା ଉଦଳା କୃଷି ଜିଲ୍ଲା ରେ କାର୍ଯ୍ୟାତ ଜଣେ କାର୍ଯ୍ୟରତ କୃଷି ଅଧୀଦର୍ଶକ ଶ୍ରୀମାନ ନୀଳକଣ୍ଠ ରଣଜିତ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉଦଳା କୃଷି ଜିଲ୍ଲା ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସର ମଧ୍ୟ ରେ କୃଷି ଜିଲ୍ଲା ଅଧିକାରୀ ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ରସ୍ୱାଇଁ ଙ୍କ ସଭାପତିତ୍ୱ ରେ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି l ପ୍ରାରମ୍ଭରେ ଉଦଳା କୃଷି ଜିଲ୍ଲା କାର୍ଯ୍ୟାଳୟ ର ବରିଷ୍ଠ ତଥା ସେକ୍ସନ ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ପଳେଇ ଶ୍ରୀମାନ ନୀଳକଣ୍ଠ ରଣଜିତ ଅଧି ଦର୍ଶକ ଙ୍କ ବ୍ୟକ୍ତିତ୍ୱ ତଥା ତାଙ୍କର କାର୍ଯ୍ୟ ଦକ୍ଷତା ସମ୍ପର୍କ ରେ ଆଲୋକ ପାତ କରିଥିଲେ l ପରେ ପରେ ଉଦଳା ର ପୂର୍ବତନ ଅବସର ପ୍ରାପ୍ତ ଅଧୀଦର୍ଶକ ଶ୍ରୀ ଅରୁଣ କୁମାର ଦାସ. କାର୍ଯ୍ୟାଳୟ ର ପୂର୍ବତନ ପି. ପି. ଏ ଶ୍ରୀ କରୁଣାକର ଦାସ ରଣଜିତ ବାବୁ ଙ୍କ ସହ ଦୀର୍ଘ ଦିନର ସମ୍ପର୍କ ଓ ତାଙ୍କର ଗୁଣାବଳୀ ସମ୍ପର୍କ ରେ ଆଲୋଚନା କରିଥିଲେ l ପରେ ପରେ କାର୍ଯ୍ୟାଳୟ ର କାର୍ଯ୍ୟ ରତ ପି. ପି. ଏ ମନୋଜ କୁମାର ସାନ୍ତରl ବିଦାଇ ଅଧୀଦର୍ଶକ ଙ୍କ ବହୁମୁଖୀ ପ୍ତାତିଭା ଓ ତାଙ୍କର ଅମାୟିକବ୍ୟବହାର ସମ୍ପର୍କରେ ତାଙ୍କର ବ୍ୟକ୍ତବ୍ୟ ସୁନ୍ଦର ଭାବରେ ବର୍ଣନା କରଥିଲେ l

ତାଙ୍କର ସହକର୍ମୀ ଶ୍ରୀମାନ ସଂଜୀବ କୁମାର ମହାପାତ୍ର ରଣଜିତ ବାବୁ କିପରି କର୍ମକ୍ଷେତ୍ର ରେ ସମୟନୁବର୍ତ୍ତିତl ଅବଲମ୍ବନ କରୁଥିଲେ ତଥା କର୍ମକ୍ଷେତ୍ର ରେ ବିଭିର୍ନ୍ନ ସମସ୍ୟା ଆଶୁ ସମାଧାନ କରି ପାରି ନିଜର ପ୍ରତିଭା ବିକାଶତ କରିପାରୁଥିଲେ ତାହା ବର୍ଣନା କରିଥିଲେ l ପରିଶେଷ ରେ ନୀଳକଣ୍ଠ ରଣଜିତ ତାଙ୍କର ଦୀର୍ଘ ଦିନର ଲୋକ ସମ୍ପର୍କ ଓ କର୍ମ କ୍ଷେତ୍ର ରେ ଅଭିଜ୍ଞତା ଓ ନୂତନ ପିଢ଼ିମାନଙ୍କ ଲାଗି କିଛି ବାର୍ତା ପ୍ରଦାନ କରିଥିଲେ l ଏହି ବିଦ୍ୟାକାଳୀନ ଉତ୍ସବ ଟେ କାର୍ଯ୍ୟାଳର କୃଷି ଅଧୀଦର୍ଶକ ମରକ ରଞ୍ଜନ କଟୁଆଳ, ଭକ୍ତ ବନ୍ଧୁ ଦାସ ତାଙ୍କ ସହ ସମ୍ପର୍କ ତଥା ତାଙ୍କର କାର୍ଯ୍ୟ ଦକ୍ଷତା ସମ୍ପର୍କ ରେ ନିକ ନିଜର ବ୍ୟକ୍ତବ୍ୟ ପ୍ରଦାନକରିଥିଲେ l ପରିଶେଷ ରେ ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ଅବସରନେଉଥିବା କୃଷି ଅଧୀଦର୍ଶକଶ୍ରୀମାନ ନୀଳକଣ୍ଠ ରଣଜିତ ଙ୍କୁ ଫିଲ ତୋଡ଼ା ସହ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l

Leave a Reply

Your email address will not be published. Required fields are marked *