ଶରଧାବାଲି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀମତୀ ହରପ୍ରିୟା ମିଶ୍ରଙ୍କ ଅବସର ଦିବସ

ଶରଧାବାଲି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀମତୀ ହରପ୍ରିୟା ମିଶ୍ରଙ୍କ ଅବସର ଦିବସ ଅବସରରେ ଏକ ସମ୍ୱର୍ଦ୍ଧନା ସଭା ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଶ୍ରୀ କ୍ରିଷ୍ଣା ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ଟିକିତାରା ଶିଶୁ କିଶୋର ପତ୍ରିକାର ସମ୍ପାଦକ ବିପିନ ବିହାରୀ ଦଳାଇ, ଭଗବତୀ ବିଦ୍ୟା ନିକେତନର ସମ୍ପାଦକ ମହେନ୍ଦ୍ର କୁମାର ବିଶୋଇ, ଅତିରିକ୍ତ ମଣ୍ଡଳ ଶିକ୍ଷାଅଧୀକାରୀ ରାଜ କିଶୋର ସାହୁ, ପ୍ରଭାତ ସାହୁ, କମିଟି ସଭାପତି ରୋଜାଲିନ ସାହୁ, ରଞ୍ଜିତା ପଟ୍ଟନାୟକ, ଉର୍ମିଳା ସାମନ୍ତରାୟ, ଅଞ୍ଜଳି ନାୟକ, ରାମନାରାୟଣ ମିଶ୍ର, ଶିକ୍ଷାବିତ୍ ବୀଣାକର ଅତିଥି ଭାବରେ ଯୋଗଦାନ କରି ହରପ୍ରିୟା ମିଶ୍ରଙ୍କ ଅବସର କାଳୀନ ସୁଖମୟ ହେଉ ବୋଲି କରିଥିଲେ। ଏହି ଅବସରରେ ବିଦାୟୀ ଶିକ୍ଷକଙ୍କୁ ନାନାଦି ଉପହାର ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସହକାରୀ ଶିକ୍ଷୟତ୍ରୀ ଲୋପାମୁଦ୍ରା କର । ବିଦ୍ୟାଳୟର ଛାତ୍ରୀ ଛାତ୍ର ଏକ ବୃନ୍ଦଗାନ ପରିବେଷଣ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ହରପ୍ରିୟା ମିଶ୍ର ମନର କଥା ବ୍ୟକ୍ତ କରି ବିଦ୍ୟାଳୟର ଆବଶ୍ୟକତା ପୂରଣ ପାଇଁ ସମ୍ମତି ପ୍ରଦାନ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ଵ ଗ୍ରହଣ କରିଥିବା ଶିକ୍ଷୟିତ୍ରୀ ଶ୍ରୀମତୀ କଳ୍ପନା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏକ ଶୋକାକୁଳ ପରିବେଶ ଭିତରେ ଏହି ଅବସରକାଳୀନ ସଭାଟି ସାଙ୍ଗ କରାଯାଇଥିଲା।

Leave a Reply

Your email address will not be published. Required fields are marked *