ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ଦୁନ୍ଦ ମୁକୁଲିସି ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭାବସ୍ତା ବ୍ଲକ ଅଧିନସ୍ଥ ଦୁନ୍ଦ ମୁକୁଲିସି ଉନ୍ନିତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୟାଧର ଜେନା ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି।ଏହି ସଭା ରେ ମୁଖ୍ୟ ଅତିଥି ଭାବରେ ବସ୍ତା ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ସାହୁ,ଅନ୍ୟତମ ଅତିଥି ଭାବେ ବସ୍ତା ପଞ୍ଚାୟତ ସମିତି ଅଧକ୍ଷା ଶ୍ରୀମତୀ ଅଞ୍ଜଳି ଦାସ,ମୁଖ୍ୟ ବକ୍ତା ଭାବେ ପୂର୍ବତନ ଅଧକ୍ଷ ଲାଷ୍ମୀଧର ଦାସ,ସମ୍ମାନିତ ଅତିଥି ଭାବେ ସରପଞ୍ଚ ଅମିତ ବିଶ୍ୱାଳ,ଦେବେନ୍ଦ୍ର ଧଳ,ଶିବ ନାରାୟଣ ଧଳ,ରବୀନ୍ଦ୍ର ସାହୁ,ଶ୍ରୀଧର ପ୍ରଧାନ, ଏବଂ ବିଦ୍ୟାଳୟ ର ପରିଚାଳନା କମିଟି ର ସମସ୍ତ ସଦସ୍ୟ ଏବଂ ଶିକ୍ଷକ, ଛାତ୍ର ଛାତ୍ରୀ,ଅବିଭାବକ ମାନେ ଶ୍ରୀ ଗୟାଧର ଜେନା ଙ୍କୁ ଭାବପୂର୍ଣ ବିଦାୟ ଦେଇ ଥିଲେ।ସେ ତାଙ୍କର ସରଳ,ମିଷ୍ଟଭାସି,ଆଦର୍ଶ ଶିକ୍ଷକ ଭାବେ ଏ ଅଂଚଳରେ ଖ୍ୟାତି ଅର୍ଜନ କରିଛନ୍ତି

Leave a Reply

Your email address will not be published. Required fields are marked *