କ୍ରୀଡା ଶିକ୍ଷକ ଙ୍କୁ ଅବସର ସମ୍ବର୍ଦ୍ଧନା


ପୁରୀ ୩୧/୧ ବଳଙ୍ଗା ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ପ୍ରମେଶ କୁମାର ଖଟୋଇ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।ଆଜି ପୂର୍ବାହ୍ନରେ ବଳଙ୍ଗା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଓ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଖଟୋଇ ଙ୍କ କାର୍ଯ୍ୟାବଳୀ ର ପ୍ରଶଂସା କରିଥିଲେ।ଶ୍ରୀ ଖଟୋଇ ଙ୍କ ସମୟରେ ବିଭିନ୍ନ କ୍ରୀଡ଼ାର ବିକାଶ ସହ ଛାତ୍ରଛାତ୍ରୀ ମାନେ ଶାରୀରିକ ଦକ୍ଷତା ସମ୍ପର୍ଣ୍ଣ,ଏନ ସି ସି ରେ ଅଂଶଗ୍ରହଣ ଓ ବିଭିନ୍ନ କ୍ରୀଡା କାର୍ଯ୍ୟକ୍ରମ ରେ ଯୋଗ ଦେଇ ସଫଳତା ହାସଲ କରିଛନ୍ତି।ଏହା ଜଣେ ଶିକ୍ଷକ ଙ୍କ ଉତ୍କୃଷ୍ଟ ସେବା ଓ ସମର୍ପଣ ର ପରିପ୍ରକାଶ ବୋଲି ସେମାନେ କହିଥିଲେ।ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନ ଗୋବିନ୍ଦ ସେଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅବସର କାଳୀନ ସମ୍ବର୍ଦ୍ଧନା ରେ ପ୍ରଧାନ ଶିକ୍ଷକ ନନ୍ଦିତା ସାହୁ, କାମଦେବ ପ୍ରଧାନ, ନିରଞ୍ଜନ ମହାରଣା, ଗଙ୍ଗାଧର ରଥ,

ପ୍ରାକ୍ତନ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ଜେନା, ବିକ୍ରମ ଜଗଦ୍ଦେବ, ନୃସିଂହ ଚରଣ ବେହେରା, ଶାନ୍ତି ଲତା ଜେନା, କୃଷ୍ଣ ଚନ୍ଦ୍ର ହୋତା,ସୁବାଷ ଚନ୍ଦ୍ର ଶତପଥୀ,ଦିବାକର ମୁଦୁଲି, ଶିକ୍ଷକ ବିପିନ ସାହୁ , ନେତ୍ରାନନ୍ଦ ବାରିକ,ପ୍ରଣତି ଛୋଟରାୟ, ମିନା କୁମାରୀ ରଥ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ଶ୍ରୀ ଖଟୋଇ ଙ୍କ କାର୍ଯ୍ୟ ଦକ୍ଷତା, ଶିକ୍ଷକ ଓ ଛାତ୍ରଛାତ୍ରୀ ଙ୍କ ପ୍ରତି ଉତ୍ତମ ବ୍ୟବହାର ସମ୍ପର୍କରେ ଆଲୋଚନା ଓ ସମ୍ବର୍ଦ୍ଧନା ଜ୍ଞାପନ କରି ମହାପ୍ରଭୁଙ୍କ ଆଶୀର୍ବାଦ ରୁ ଅବସର ପରବର୍ତ୍ତୀ ଜୀବନ ସୁଖମୟ ହେଉ ବୋଲି କାମନା କରିଥିଲେ।ଶ୍ରୀ ଖଟୋଇ ନିଜ ପ୍ରତିକ୍ରିୟା ରେ ସମସ୍ତ ଙ୍କ ସହଯୋଗ ଓ ଭଲ ପାଇବା ଯୋଗୁଁ ସେ ସମସ୍ତ କାର୍ଯ୍ୟ ରେ ସଫଳ ହୋଇଛନ୍ତି ବୋଲି କହିଥିଲେ।ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଶ୍ରୀ ଖଟୋଇ ଙ୍କୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇ କୃତଜ୍ଞତା ଜଣାଇଥିଲେ।

Leave a Reply

Your email address will not be published. Required fields are marked *