ପ୍ରଧାନ ଶିକ୍ଷକ ଅଜୟ କୁମାର ପଣ୍ଡାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

ଆଦର୍ଶ ପ୍ରଧାନ ଶିକ୍ଷକ ଅଜୟ କୁମାର ପଣ୍ଡାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାପୁରୀ ତା ୩୧/୭/୨୩ ପୁରୀ ସଦର ବ୍ଲକ ଅନ୍ତର୍ଗତ ବାସୁଦେବ ବଲ୍ଲଭ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ପଣ୍ଡାଙ୍କ ସରକାରୀ ସେବା ନିବୃତ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପରିଚାଳନା କମିଟି,ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ପୁରୀ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ମମତା ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଐତ୍ୟିହ ବିଷାରଦ ଗବେଷକ ଡ.ସୁରେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଂଚ ରାଜେଶ ଦାଶ,ସି.ଆର୍‌.ସି.ସି ମନୋଜ କୁମାର ମହାନ୍ତି,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରତାପ କୁମାର ସାହୁ,ନୋମିନି ସୁଜାତା ସ୍ୱାଇଁ ପ୍ରମୁଖ ମଂଚାସୀନ ଥିଲେ । ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପଣ୍ଡାଙ୍କୁ ବିଦ୍ୟାଳୟ ପରିଚାଳନା କମିଟି,ଶିକ୍ଷକ ଶିକ୍ଷୟିତ୍ରୀ,ପୁରାତନ ବିଦ୍ୟାର୍ଥୀ ଏବଂ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ସଭାରେ ଶିବ ନାରାୟଣ ଭଟ୍ଟ,ଅନ୍ନପୂର୍ଣ୍ଣା ଦେବୀ,ରମେଶ ଚନ୍ଦ୍ର ଦାଶ,ମହେନ୍ଦ୍ର ବିଶୋଇ,ଜ୍ୟୋତି ପ୍ରକାଶ ମହାରଣା,ଅଜୟ କୁମାର ସେଠୀ,ଡ. ସୁଚିତ୍ରା ରଥ,ଶ୍ୟାମ ପ୍ରକାଶ ସେନାପତି,ରଘୁନାଥ ମିଶ୍ର,ପ୍ରତିମା ରାଉତ,ଅର୍ଚ୍ଚନା ନାୟକ,ଇତିଶ୍ରୀ ସାହୁ,ଭୀମସେନ ବେହେରା,ସତ୍ୟବାଦୀ ଗୁରୁ,ମମତା ମିଶ୍ର ପ୍ରମୁଖ ଉଦ୍‌ବୋଧନ ଦେଇ ଅବସର ଗ୍ରହଣ କରିଥିବା ଶ୍ରୀଜୁକ୍ତ ପଣ୍ଡାଙ୍କୁ ଜଣେ ଆଦର୍ଶ ପ୍ରଧାନ ଶିକ୍ଷକ,ଶିଶୁ ବତ୍ସଳ,ସ୍ନେହୀ ଏବଂ ଜଣେ ଦକ୍ଷ ସଂଗଠକ ରୁପେ ବର୍ଣ୍ଣନା କରିଥିଲେ । ଦୀର୍ଘ ୨୫ ବର୍ଷ ଧରି ସେ ଏହି ବିଦ୍ୟାଳୟର ଶିକ୍ଷାସେବାରେ ସଂପୃକ୍ତ ରହିବା ସଂଗେ ସଂଗେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିଥିବାରୁ ତାହାୁର ଭୂୟସୀ ପ୍ରଶଂସା କରାଯାଇଥିଲା । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ରବି ନରାୟଣ ସାହୁ ।

Leave a Reply

Your email address will not be published. Required fields are marked *