ସ୍ଵସ୍ଥାନକୁ ବାହୁଡିଲେ କାଳିଆ ସାଁଆନ୍ତ

ସ୍ଵସ୍ଥାନକୁ ବାହୁଡିଲେ କାଳିଆ ସାଁଆନ୍ତ।
ରଘୁନାଥପୁର:- ରଘୁନାଥପୁର ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ନବଦିନାତ୍ମକ ଘୋଷଯାତ୍ରା ଶେଷକରି ମାଉସୀ ମା ଘରୁ ସ୍ୱସ୍ଥାନକୁ ବାହୁଡ଼ିଛନ୍ତି କାଳିଆ ସାଆନ୍ତ।ରଘୁନାଥପୁର ପଞ୍ଚାୟତ ଜଗନ୍ନାଥତୋଳା ବଡଦାଣ୍ଡରେ ୨୩୬ ବର୍ଷ ପ୍ରାଚୀନ ଜଗନ୍ନାଥଙ୍କ ବାହୁଡା ଯାତ୍ରାରେ ପ୍ରଭୁଙ୍କୁ ଗୋଟି ପହଣ୍ଡିରେ ଅଣାଯାଇ ରଥାରୁଢ କରାଯିବା ପରେ ଶିବନ ମିତ୍ର ଓ ଶ୍ରିଦେବ ସରକାର ଛେରାପହଁରା କରିଥିଲେ।ସୂର୍ଯ୍ୟକାନ୍ତ ସାହୁ, ସୁବ୍ରତଜ୍ୟୋତି ମହାପାତ୍ର ଓ ଗ୍ରାମବାସୀଙ୍କ ସହଯୋଗରେ ରଥଟଣା ଆରମ୍ଭ ହୋଇଥିଲା। ଜଗନ୍ନାଥପୁର ବଜାରରେ ଥିବା ମଦନମୋହନଙ୍କ ରଥଯାତ୍ରାରେ ମଦନମୋହନ ଜେନା,ଶ୍ରୀଜଗନ୍ନାଥଙ୍କ ଦାରୁସ୍ଥଳ ଖରିପଡିଆରେ ଆଇନଜୀବି ଗଗନ ଦାସ ଓ ସାନପାଟଣାରେ ରଞ୍ଜନ କୁମାର ସାହୁ ଛେରାପହଁରା କାର୍ଯ୍ୟ ସମାପନ କରିବା ପରେ ରଥକୁ ଶ୍ରଦ୍ଧାଳୁମାନେ ଟାଣି ଆଣିଥିଲେ।ସେହିପରି କୋଟକଣା, ନାରାୟଣ ଛକ, ଗୋପାଳପୁର(ଚନ୍ଦନ ପୋଖରୀ),ଭାଷିଲିପୁର, ସିର୍ଲୋ ଗୋମତୀଆଶ୍ରମ,ଓଡ଼ପଡ଼ା(ସାନଦେବୀମେଳା), ଅରଙ୍ଗ, ତାରପୁର, ଗୋକୁଳପୁର, ଖଣ୍ଡତରି, ଜଇପୁର ହାଟ,ନାଲିବର, ରେଢୁଆ ହାଟ,ଚିକିଣିଆ, ମାହାଳହାଟ ମୁଗୁରିଆ, ତରିକୁନ୍ଦ, ଗୋଠିଣା, ବାରାଗୋଳ ଆଦି ସ୍ଥାନରେ ଆନନ୍ଦ ଉଲ୍ଲାସର ସହ ଶ୍ରୀଜୀଉଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟା ସୁଧା ସମସ୍ତ ରଥ ସ୍ଵମନ୍ଦିରରେ ପହଞ୍ଚିଥିବା ଜଣାପଡିଛି।ବିଭିନ୍ନ ସ୍ଥାନରେ ଭଜନ ସନ୍ଧ୍ୟା ଓ ପ୍ରବଚନ ଆଦି ଅନୁଷ୍ଠିତ ହେଉଛି ।

Leave a Reply

Your email address will not be published. Required fields are marked *