ପୁଣି ଫେରିଲା ଶୀତ
ପୁଣି ଫେରିଲା ଶୀତ,ଜୀବନ ଜୀବିକା ଅସ୍ତବ୍ୟସ୍ତ। ବୃଦ୍ଧ,ବୃଦ୍ଧା ଓ ଅସହାୟ ବଡ଼ଭାଇ।ଫୁଲବାଣୀ:ନିପ୍ର:- ୧୨/୧୨ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକରେ ପ୍ରବଳ ଶୀତ ଅନୁଭୂତ ହୋଇଛି ବ୍ଲକର ଆଭ୍ୟନ୍ତରଣ ଅଞ୍ଚଳ ସୁଡୁକୁମ୍ପା,ବିଲାବାଡ଼ି ପଞ୍ଚାୟତର ବିଭିନ୍ନ ଗ୍ରାମ ଗୁଡ଼ିକରେ ଦୁଇଦିନ ହେବ ଦୃତ ଗତିରେ ଶୀତ ବଢ଼ିବାରେ ଲାଗିଛି। ପୁଣି ଆଉଥରେ ଶୀତ ଫେରିଥିବା ବେଳେ ଅପହଞ୍ଚ ଅଞ୍ଚଳରେ ଲୋକମାନଙ୍କ ଜୀବନ ଜୀବିକା ଯାତ୍ରାରେ ବ୍ୟାଘାତ ସୃଷ୍ଟି ଦେଖା ଦେଇଛି। ଏହି ସବୁ ଅଞ୍ଚଳ ଗୁଡ଼ିକ ବଣ ଜଙ୍ଗଲ ଓ ଝରଣା କୂଳିଆ ନିକଟ ହୋଇଥିବାରୁ ଶୀତର ପ୍ରଭାବ ରାତି ଠାରୁ ସକାଳ ୯ଟା ପର୍ଯ୍ୟନ୍ତ ୧୦ ଡ଼ିଗ୍ରୀ ତଳକୁ ଖସି ରହୁଥିବା ଅନୁଭବ ହେଉଛି। ଏହି ଫୋଟ ଚିତ୍ର ଦୃଶ୍ୟ ହେଇଛି ରାଣୀପଥର ଘାଟି ଓ ଗ୍ରାମର ଦୃଶ୍ୟ ଅଟେ।ଆପଣ ଏହି ଫୋଟ ଚିତ୍ର ଦୃଶ୍ୟରୁ ଦେଖି ଜାଣି ପାରୁଥିବେ ସୂର୍ଯ୍ୟ ଉଦୟ ହୋଇ ବହୁ ଉପରକୁ ଉଠିଥିଲେ ମଧ୍ଯ କିଭଳି ତୁଷାରପାତ କୁହୁଡ଼ି ମାଡ଼ି ରହିଛି।

ସୂର୍ଯ୍ୟ କିରଣ ଦେଖିବାକୁ କେମିତି ଲାଗୁଛି ଓ ରାସ୍ତାରେ ଗାଡ଼ି ଚଳାଇବା ମୁସ୍କୁଲି ହୋଇ ପଡ଼ିଛି ଲାଇଟ୍ ଦେଇ କିଏ ବହୁତ୍ ଧୀରେ ଗାଡ଼ି ଚଳାଉଛି ତ ଆଉ କିଏ ଚଳାଇ ନ ପାରି ରାସ୍ତାକଡ଼ରେ ଗାଡ଼ି ଅଟକାଇ ରଖିଛିଓ ଆଉକିଏ ନିଆଁର ଆଶ୍ରୟ ନେଇଛନ୍ତି। ଶୀତ ଏଭଳି ଯଦି ଲଗାତର ଜାରି ରହିବ ଓ ବୃଦ୍ଧି ପାଇବ ତା ହେଲେ ବୃଢ଼,ବୃଦ୍ଧା ଓ ଅସହାୟ ମାନଙ୍କ ପାଇଁ ବଡ଼ ଭୟ ବୋଲି ଅନେକ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରୁଛନ୍ତି। ଏହି ମାନଙ୍କ ପାଇଁ ସମସ୍ତେ ସତର୍କ ରହିବାକୁ ଅନୁରୋଧ କରାଯାଉଛି।
