ବସୁନ୍ଧରା ଯୋଜନା ରେ ୧୪ ଭୂମି ହୀନ ଙ୍କୁ ପଟ୍ଟା ବାଣ୍ଟିଲେ ରାଜସ୍ବ ମନ୍ତ୍ରୀ

ବସୁନ୍ଧରା ଯୋଜନା ରେ ୧୪ ଭୂମି ହୀନ ଙ୍କୁ ପଟ୍ଟା ବାଣ୍ଟିଲେ ରାଜସ୍ବ ମନ୍ତ୍ରୀ l କୃତଜ୍ଞତା ଜଣାଇଲେ ପଟ୍ଟା ପାଇଥିବାହିତାଧିକାରୀ ଗଞାମ ରେ ଉପକୃତ ହୋଇ ଥିବା ହିତାଧିକାରୀଙ୍କ ପାଇଁ ମନ୍ତ୍ରୀ ଧନ୍ୟବାଦ ଜଣାଇଲେ ପୁରୀ ଜିଲ୍ଲାପାଳଙ୍କୁ।ପୁରୀ ୨୮/୧ ଜାତୀୟ ଦିବସ ଆସେ।ଜାତୀୟ ପତାକା ଚିରାଚରିତ ଢଙ୍ଗରେ ଉଡେ।ତେବେ ଚଳିତ ୭୭ ତମ ସାଧାରଣତନ୍ତ୍ର ଦିବସ ଆମ ପାଇଁ ନିଆରା।ଆଜି ଠାରୁ ଆମେ କହିବୁ ହଁ ଆମେ ବି ଜମି ର ମାଲିକ ହେଲୁ।ନିଜ ସ୍ବପ୍ନ ର ଘରଟିଏ ନିର୍ମାଣ କରି ପାରିବୁ ବୋଲି କହିଛନ୍ତି ପୁରୀ ତହସିଲ ପ୍ରତାପରାମଚନ୍ଦ୍ରପୁର ମୌଜାର ରିନା ଭୋଇ ଓ ଗୋପୀନାଥ ଭୋଇ,ଅମ୍ବିକା ଭୋଇ ଓ ରାମ ଭୋଇ, ଡେଲାଙ୍ଗ ତହସିଲର କିଆଲଣ୍ଡା ମୌଜାର ସନାତନ ଭୋଇ, ମାମିନା ଭୋଇ, କଣାସ ତହସିଲର ଶିରେଇ ମୌଜାର ଯମୁନା ବାରିକ ଓ ଜମ୍ବେଶ୍ବର ବାରିକ, ବ୍ରହ୍ମଗିରି ତହସିଲର ନୂଆ ଗାଁ ମୌଜାର କବିତା ସାହୁ ଓ ରବୀନ୍ଦ୍ର ସାହୁ ପ୍ରମୁଖ ହିତାଧିକାରୀ।ଚଳିତ ସାଧାରଣତନ୍ତ୍ର ଦିବସ ଅବସରରେ ଜିଲ୍ଲା ସଂସ୍କୃତି ଭବନ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବ ରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପୁରୀ ଜିଲ୍ଲାର ୧୪ ଜଣ ଭୂମି ହୀନ ହିତାଧିକାରୀ ଙ୍କୁ ବସୁନ୍ଧରା ଯୋଜନା ରେ ଜମି ପଟ୍ଟା ବଣ୍ଟନ କରିଥିଲେ।ନିଜର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ।ଏହି ସ୍ବପ୍ନ କୁ ସାକାର କରିବାକୁ ସରକାର ଉଦ୍ୟମ କରୁଛନ୍ତି ।ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟରେ କେହି ଭୂମି ହୀନ ରହିବେ ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।ନିଜର ଅଭିଜ୍ଞତା କୁ ବର୍ଣ୍ଣନା କରି ମନ୍ତ୍ରୀ ଶ୍ରୀ ପୂଜାରୀ ଜମି ଟିଏ ପାଇଁ ତାଙ୍କ ପିତା ମାତା ଙ୍କ ସଂଘର୍ଷ ର କଥା କୁ ଉଲ୍ଲେଖ କରିଥିଲେ।ସେହିପରି ପୁରୀ ର ବର୍ତ୍ତମାନ ର ଜିଲ୍ଲାପାଳ ଥିବା ଦିବ୍ୟ ଜ୍ୟୋତି ପରିଡା ଙ୍କୁ ପ୍ରଶଂସା କରି ଶ୍ରୀ ପରିଡା କିପରି ଗଞାମ ର ଜିଲ୍ଲାପାଳ ଥିବା ବେଳେ ତାଙ୍କ ଉଦ୍ୟମ ରେ ବସୁନ୍ଧରା ଯୋଜନା ରେ ବ୍ୟାପକ ହିତାଧିକାରୀ ଉପକୃତ ହୋଇ ଥିଲେ ସେ ସମ୍ପର୍କରେ ସୂଚନା ଦେଇଥିଲେ।ସମସ୍ତଙ୍କ ସହଯୋଗ ଓ ପ୍ରଶାସନର ଉଦ୍ୟମ ଦ୍ଵାରା ରାଜ୍ୟ ରେ ବସୁନ୍ଧରା ଯୋଜନା ରେ ପୁରୀ ଏକ ନମ୍ବର ହୋଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ମତ ଦେଇଥିଲେ।ପୁରୀ ସଦର ତହସିଲର ୬ ଜଣ,ଡେଲାଙ୍ଗ ଓ କଣାସ ତହସିଲର ୨ ଜଣ ଲେଖାଏଁ ଏବଂ ବ୍ରହ୍ମଗିରି ତହସିଲର ୪ ଜଣ ଏହି ଭଳି ମୋଟ ୧୪ ଜଣ ହିତାଧିକାରୀ ନିଜସ୍ୱ ଜମି ପଟ୍ଟା ପାଇ ଅତ୍ୟନ୍ତ ଖୁସି ବ୍ୟକ୍ତ କରି ମନ୍ତ୍ରୀ ମହୋଦୟ ଙ୍କୁ,ସରକାର ଙ୍କୁ ଓ ଜିଲ୍ଲା ପ୍ରଶାସନ କୁଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *